ପ୍ରେମ ପ୍ରାଚୀର
ପ୍ରେମ ପ୍ରାଚୀର


ସ୍ମୃତି ସୀମାନ୍ତର ଆର ପାରେ ସାଥୀ ।
ବିସ୍ମୃତି ଅଲିଭା ରେଖା ।
ତୁମ ଠାରୁ ମୋତେ ଦୂରେଇ ଦେଲା ସେ।
ଟାଣି ଏକ ସୀମାରେଖା ।0।
ସେ ପାଖରେ ହସେ ଫୁଲ ଫଗୁଣର ସପନ ସଜଡା ରାତି।
ଏ ପାଖରେ ଝରେ ଲୁହର ଶ୍ରାବଣୀ ଛାତି ତଳେ ବଢେ ତାତି।
ତମେ ସେ' ପାରିରେ କାଳିମା ରାତି ଟେ ଏପାରେ ମୁଁ ନୀଳକଇଁ
ତମେ କାତ ଛଡା ଘାଟର ନାଉରୀ ମୁଁ ଏକ ଉଛୁଳା ନଈ ।
ମୁଁ ପାରୁନି ଛୁଇଁ ତମ ଦେହ ଛାଇ ଦେଖାଇ ଦୂରର କଥା ।
ଯୁଗ ଯୁଗ ପାଇଁ କିମ୍ବଦନ୍ତୀ ହୋଇ ରହିବ ଆମରି କଥା (୧)
ତମେ ଚାହଁ ମତେ ମୁଁ ତମକୁ ଚାହେଁ ନିଜର କରିବା ପାଇଁ
ପ୍ରେମ ତ ପବିତ୍ର ଶୁଦ୍ଧ ପୂତ ନିତ୍ୟ ଚିର ଶାଶ୍ଵତ ହୋଇ ।
ଅନ୍ଧ ଏ ସମାଜ ଦେଖି ପାରେ ନାହିଁ ସହଜେ ପାରେନା ସହି
ଆମ ଆଗେ ଅଛି ବିଭେଦ ପାଚେରୀ କେମିତି ପାରିବା ଡେଇଁ
ପାରିବାନି ଆଉ ମିଶି ଏ ଜୀବନେ ଆର ଜନ୍ମରେ ଦେଖା (୧)