Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu Bisoi

Others

4.5  

Santanu Bisoi

Others

ପ୍ରେମ ଓ ପ୍ରତାରଣା।

ପ୍ରେମ ଓ ପ୍ରତାରଣା।

1 min
179



ଆଉଟା ପ୍ରେମର ବିଦଗ୍ଧ ପ୍ରେମିକ

ଝଟକେ ପୁରଟ ପରି

ଜହ୍ନ ତାରା ସୂର୍ଯ୍ୟ ବିଦ୍ୟୁତ ଆଲୋକେ

ପଡେ ପ୍ରତିବିମ୍ବ ଝରି।।


ମାତାର ବାତ୍ସଲ୍ୟ ପ୍ରେମ ସନ୍ତାନକୁ 

ଧେନୁ ଆଉ ବତ୍ସା ସମ

ଏକୁ ନଦେଖିଲେ ଆନ ଅନ୍ଧ ହୁଏ

ଥାଏ ଅନାବିଳ ପ୍ରେମ।।


କିଶୋର କିଶୋରୀ ସ୍ନେହ ପ୍ରେମ ବନ୍ଧ

ବନ୍ଧୁତ୍ୱ ଅର୍ଜନ ପାଇଁ,

ସ୍ମୃତିରେ ଅମର ହୁଏ ପ୍ରେମ ବାରି

ସ୍ମୃତିରେ ହିଁ ରହେ ଜୀଇଁ।।


ଯୁବକ ଯୁବତୀ ପ୍ରେମତରୀ ଧାଏଁ

ଉଚ୍ଛନ୍ନ ରତି ନଈରେ,

ଭଲମନ୍ଦ ରୀତି ଉଚ୍ଚ ନୀଚ୍ଚ ଜାତି

ଭୁଲି ପ୍ରେମ ପରାବାରେ।।


ବୃଦ୍ଧ ବୃଦ୍ଧା କାଳେ ସ୍ୱାମୀ ସ୍ତ୍ରୀ ପ୍ରେମ

ବିନା ଜୁଆର ଭଟ୍ଟାରେ

ପ୍ରେମ ଅନ୍ଧନୁହେଁ ପୁତ ଓ ପବିତ୍ର

ଅଛି ଯୁଗ ଯୁଗାନ୍ତରେ ।।


ସନ୍ତାନ ହରାଇ ମାତା ବିରହିଣୀ

ପ୍ରେମିକା ହରାଇ ପ୍ରେମ

ବନ୍ଧୁକୁ ହରାଇ ସୁହୃଦ ବ୍ୟଥିତ

ଯେବେ ହେବ ପ୍ରେମ ବାମ।।


ପ୍ରେମ ଯେବେ ନିଏ ପ୍ରତାରଣା ରୂପ

ପ୍ରକାଶେ ବିରହ ଭାବେ,

ବିରହ ବେଦନା ଯମର ଯନ୍ତ୍ରଣା

ଶତ୍ରୁକୁ ନମିଳୁ କେବେ।।


ସନ୍ଦେହ ଆଣଇ ଅବିଶ୍ୱାସ ସ୍ରୋତ

ଅବିଶ୍ୱାସ ପ୍ରତାରଣା

ପ୍ରେମେ ପ୍ରତାରଣା ଜନ୍ମିଲେ ଜୀବନେ

ସର୍ବେ ହେବେ ବାଟବଣା।।


Rate this content
Log in