Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.5  

Sadananda Sahoo

Others

ପ୍ରେମ ମୋର ଜୀବନ୍ତ ଜୀବନ୍ତ

ପ୍ରେମ ମୋର ଜୀବନ୍ତ ଜୀବନ୍ତ

2 mins
305



ବହୁ ପ୍ରତୀକ୍ଷିତ ପ୍ରେମ ମୋର ସତ

ଜୀବନର ଅଭିସାର

ମହମହ ବାସ୍ନା ପ୍ରେମ ଉଦ୍ଦୀପନା

ସ୍ମୃତିର ଅଲିଭା ଗାର ! !


ହେ'ପ୍ରିୟା ସୁସ୍ମିତା ପ୍ରେମ ବିଭୁଷିତା

ହୃଦୟ ସଙ୍ଗିନୀ ମୋର

ତବ ପ୍ରେମେ ଖୁସି ହସୁଚି ମୁଁ'ନିତି

ତୁମେ ମୋ'ପ୍ରୀତିର ଧାର ! !


ପ୍ରେମର ବିଭବ ତୁମଠାରେ ଠୁଳ

ବିମୋହିତ ମନପ୍ରାଣ

ଅପୂର୍ବ ସଂଯୋଗ ବିଧି ବିଧାତାର

ସୁଝି ପାରିବିନି ଋଣ ! !


ପ୍ରଥମ ଦେଖାରେ ରହିଲ ହୃଦୟେ

ଝୁରିଲି ମୁଁ ' ଅବିରତେ

ଅଚିହ୍ନା ଅଜଣା ଥିଲ ତୁମେ ସିନା

ଲାଗିଲ ନିଜର ମୋତେ ! !


ସେଇ ଦିନ ଠାରୁ ଖୋଜିଲି ତୁମକୁ

ଦିନରାତି କରିଏକା

ଠିକଣା ପଚାରି ଦିନଗଲା ସରି

ମନରେ ଭରିଲା ଶଙ୍କା ! !


ତଥାପି ନହାରି ଖୋଜିମୁଁ' ବୁଲିଲି

ପ୍ରେମର ମର୍ଯ୍ୟାଦା ପାଁଇ

ପ୍ରତୀକ୍ଷାର ଅନ୍ତ ଘଟିବ ନିଶ୍ଚୟ

ଏ'କଥା ନିଶ୍ଚିନ୍ତ ହୋଇ ! !


ପ୍ରେମର ସ୍ଵରୂପ ଅଲିଭା ପ୍ରଦୀପ

ନିଆରା ପ୍ରେମୀକ ମୁଁ'ଯେ

ପ୍ରେମ ଅଂଶୁମାନ ମୁଁ' ସୂର୍ଯ୍ୟସତ୍ୟ

ପ୍ରେମରେ ମୁଁ' ଖାଲି ମଜେ ! !


ରାକ୍ଷୀପୂର୍ଣ୍ଣିମାରେ ଶୁଭଅବସରେ

ଦେଇ ଦଲ ତୁମେ ଧରା

ଝିପିଝିପି ବର୍ଷା ଭରିଦେଲା ଆଶା

ପାଇଗଲି ପ୍ରେମସୁରା ! !


ଅନୁଧାବନର ମିଠାଫଳ ପ୍ରାପ୍ତ

ପ୍ରେମ ମୋର ହେଲା ଶକ୍ତ

ଦୁହେଁତ ଦୁହିଁକୁ ଝୁରୁଥିଲେ ସତ

ପ୍ରତୀକ୍ଷାର ହେଲା ଅନ୍ତ ! !


ପ୍ରେମ ମଥାମଣି ତୁମେ ମୋର ରାଣୀ

ସୁସ୍ମିତା ମଉଡମଣି

ମୁଁ 'ଯେ ତୁମ ସୂର୍ଯ୍ୟ ପ୍ରେମ ପ୍ରବର୍ତ୍ତକ

ରଚିବି ନୂଆ କାହାଣୀ ! !


ଆର ଫଗୁଣରେ ବିଧି ମୁତାବକେ

ଦେବିମୁଁ' ସିନ୍ଦୁର ପ୍ରିୟା

ବିବାହ ବେଦୀରେ ବସିବ ସାଥିରେ

ସାଜି ମୋ' ସୁନା କନିଆଁ ! !


ପ୍ରେମ ସୁଧାନିଧି ସାଜିବ ରାଗିଣୀ

ସାକାର ହୋଇବ ସ୍ଵପ୍ନ

ଦୁନିଆଁ ଜାଣିବ ଜୀବନ୍ତ ଏ'ପ୍ରେମ

ଦୁଇଟି ପବିତ୍ର ମନ ! !


ପ୍ରେମ ମୋର ଜୀବନ୍ତ ଜୀବନ୍ତ ସତ

ତୁମେତ କହିବ ସାଥୀ

ପ୍ରେମ ମଧୁରସ ହରି ନବତୋଷ

ଉଛୁଳି ପଡିବ ପ୍ରୀତି ! !


ସଦାନନ୍ଦ ସାହୁ ,

କାରା କର୍ମଚାରୀ , କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର !

(ଜଣେ ସହୃଦୟ ପାଠକଙ୍କର ଅନୁରୋଧ କ୍ରମେ ତାଙ୍କ ହୃଦୟର କଥାକୁ ଉପସ୍ଥାପନା କରିଛି )


Rate this content
Log in