Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Tragedy

3  

Manoj kumar Maharana

Tragedy

ପ୍ରେମ କାବ୍ୟ

ପ୍ରେମ କାବ୍ୟ

1 min
150


01

ମୁଁ ଚାହେଁନି...

ତୁମ ଅନୁରାଗ ପରସ...

ଆଉ ନାଲି ଓଠର ନରମ ମାଉଁଷ,

ଭୟଲାଗୁଛି....

ଜଳି ନ ଲିଭିବା ଆଗରୁ

ହୋଇଯିବି କାଳେ ପାଉଁଶ... ||

02

ତୁମରି ଓଠରୁ

ଝରି ପଡୁଥିବା

ମେଞ୍ଚା ମେଞ୍ଚା ହସକୁ

ସାଉଁଟା ସାଉଁଟି କରି

ମୋ'ରି ପାଖରେ

ସାଇତି ରଖିଛି,

ତୁମକୁ ଆଲିଙ୍ଗନ କରି

ଓଠରେ ଓଠ ଥାପି

ପୁଣି ଫେରାଇଦେବି ବୋଲି.…||

03

ତୋ ନିରୀହ ଆଖିରେ

ଏତେ ଯେ ଛଳନା

କେମିତି ଥିଲା ଯେ ଲୁଚି,

ଜାଣି ନ ପରି ମୁଁ

ଭଲପାଇ ତତେ

ଆଜି ପାରୁନିରେ ପ୍ରିୟା ବଞ୍ଚି.... ||

04

ଭଲପାଏ ବୋଲି

ତୁମକୁ ହେ ସାଥି...

ଦେବି ତାକୁ ଉପହାର... ||

05

ତୁମେ ମାରିଦେଲୁ

ମୁଁ ମରିଲିନି,

ମୁଁ ସାଇତିଛି

ତୁମେ ଫେରିଲୁନି.. ||

06

କାନ୍ଦିଲେ,

ଲୁହ ହିଁ ଝରିବ...

ସେ କ'ଣ ଫେରିବ???


Rate this content
Log in

Similar oriya poem from Tragedy