Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

3  

Manoj kumar Maharana

Others

ପ୍ରେମ କ'ଣ ?

ପ୍ରେମ କ'ଣ ?

1 min
2.5K


ପ୍ରେମ କ'ଣ ;
ସ୍ୱାମୀକୁ ହରାଇଥିବା
ଜଣେ ନବବିବାହିତା ବିଧବାକୁ ପଚାର.??
ପ୍ରେମ କ'ଣ ;
ସଫଳତାକୁ ସ୍ପର୍ଶ କରିନଥିବା
ବାରମ୍ବାର ଅସଫଳ ହେଉଥିବା ବ୍ୟକ୍ତିକୁ ପଚାର..??
ପ୍ରେମ କ'ଣ ;
ଵୃଦ୍ଧାଶ୍ରମରେ ରାତିରେ ଲୁଚି ଲୁଚି କାନ୍ଦୁଥିବା
ଜଣେ ରୋଗୀଣା ବୃଦ୍ଧାଙ୍କୁ ପଚାର...??
ପ୍ରେମ କ'ଣ ;
ନିଷ୍ଠୁର ପ୍ରେମିକାର ପ୍ରତାରଣାରେ
ଆତ୍ମହତ୍ୟା କରିଥିବା....
ଜଣେ ପ୍ରେମିକର ପ୍ରିୟବନ୍ଧୁକୁ ପଚାର...??
ପ୍ରେମ କ'ଣ ;
ବଞ୍ଚିଥାଉ ଥାଉ ନିଜ ଆଖି ଅଜଣା ବ୍ୟକ୍ତିକୁ
ଉପହାର ଦେଇଥିବା ମଣିଷଟିକୁ ପଚାର....??
ପ୍ରେମ କ'ଣ ;
ସନ୍ତାନ ପାଇଁ ନ ଖାଇ ପିଇ ଭୋକେ ରହି
ପଚାରିଲେ ହଁ କରୁଥିବା ମାଆ ଟିକୁ ପଚାର...??
ପ୍ରେମ କ'ଣ ;
ନିଜ ପରିବାର ପାଇଁ ରାତିସାରା ଦେହଜାଳି
ପୁରୁଷର ଭୋକ ମାରୁଥିବା ଯୁବତୀକୁ ପଚାର...??
ପ୍ରେମ କ'ଣ ;
ପ୍ରେମିକକୁ ନ ପାଇ ସାରାଜୀବନ ଅବିବାହିତା ରହି ଅତୀତକୁ ଭାବି ବଂଚୁଥିବା ବୁଢ଼ୀମା'ଟିକୁ ପଚାର.. ??
ପ୍ରେମ କ'ଣ ;
ନିଜ ପରିବାରକୁ ଭୁଲି ସୀମାରେ ଦେଶପାଇଁ
ପ୍ରାଣ ହାରୁଥିବା ବୀର ଯବାନ ମାନଙ୍କୁ ପଚାର...??
………………ଦେଖିବ ନିହାତି ପାଇଯିବ ଉତ୍ତର... ||
ଆଉ ଆଜିକାଲିର ପ୍ରେମୀଯୁଗଳଙ୍କୁ ପଚାରିଲେ,
ତାଙ୍କ ଉତ୍ତରର ପରିଭାଷା ଥିବ -
" ସ୍ୱାର୍ଥ ଓ ସ୍ୱାର୍ଥ ଏବଂ ସ୍ୱାର୍ଥ " ||



Rate this content
Log in