STORYMIRROR

Smita Rani Barik

Abstract

4  

Smita Rani Barik

Abstract

ପ୍ରେମ ଜୀବନ ରାସ୍ତା

ପ୍ରେମ ଜୀବନ ରାସ୍ତା

1 min
405



ପ୍ରେମ ଜୀବନ ରାସ୍ତାରେ ମୁଁ ଏକା ନାଉରୀ

ସାଥେ ମୋର କେହି ନାହିଁ

ବିଶ୍ୱାସ ଭରଷା କରୁଥିଲି ଯା'କୁ

ପାଦରେ ଦେଲା ଆଡେଇ।

ମିଛ କଥା କହି କରିଲ ଛଳନା

ଡେରିରେ ବୁଝିଲି ମୁହିଁ

ଵୁଝିଲା ବେଳକୁ ହୃଦୟ ଫାଟିଲା

ଭାଗ୍ୟକୁ ଦୋଷ ଦିଅଇ।

ଆଖି ଦୁଇଟିକୁ ବିରୋଧ କରିଛି

ଅଶ୍ରୁ ଝରାଇବୁ ନାହିଁ

ଅନ୍ତର କୋହକୁ ମନରେ ରଖିକି

ଜଳୁଛି ଗୋପନେ ରହି।

ଟିକିଏ କଥାରେ ଅଭିମାନ କରି

ବିଶ୍ୱାସକୁ ଭାଙ୍ଗିଦେଲ

ଜନ୍ମଜନ୍ମାନ୍ତରେ ସାଥୀ ହେବ ବୋଲି 

କଥା ମୋତେ ଦେଇଥିଲ।

ଏବେ ତୁମ କଥା ମିଥ୍ୟା ଅଟେ ସାଥୀ

ଏ କଥା ଜାଣିଲି ମୁହିଁ

ପ୍ରତି ମୁହୂର୍ତ୍ତରେ ହୃଦୟକୁ ବାଧେ

ଆଉ ସହିପାରୁ ନାହିଁ।

ମିଛ ପ୍ରେମ ପାଖେ ବଳି ପଡ଼ିଗଲା

ସରଳ ହୃଦୟ ମୋର

କଥା ଦେଇ କଥା ରଖିଲନି ସାଥୀ

କରିଦେଲ ମୋତେ ପର।

ଜାଣିଲି ଜାଣିଲି ଦୁନିଆଟା ପରା

ଛଳନାରେ ଭରପୁର

ଜୀବନ ରାସ୍ତାରେ ଚାଲିବାକୁ ହେବ

ଧୈର୍ଯ୍ୟକୁ କରି ନିଜର।

ଯେତେ ଭାବିଲେ ବି ଭୁଲିଯିଵି ଵୋଲି

ଭୁଲି ତ ପାରୁନି ମୁହିଁ

ହୃଦୟକୁ ମୋର କରିଛି ପଥର

ମଥା ପାତି ଯିବି ସହି।



Rate this content
Log in

Similar oriya poem from Abstract