Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxman Kumar Behera

Romance

3  

Laxman Kumar Behera

Romance

ପ୍ରେମ ଚିଠି

ପ୍ରେମ ଚିଠି

1 min
139



ଆଗୋ ବାରମାସୀ ଗେହ୍ଲେଇ ରୂପସୀ 

ମଳୟ ସାଜି ଆସ ପ୍ରଶ୍ବାସରେ, 

ବିଶ୍ବାସର ଗନ୍ତାଘର ତୁମେ ମୋର 

ପ୍ରତୀକ୍ଷାର ଅନ୍ତ କର ଗୋ ଥରେ ।


ଆଗୋ କୋମଳାଙ୍ଗୀ ସୁନ୍ଦରୀ ନବୀନା 

ସଦେହେ ଥରୁଟେ ଆସ ମୋ ବାଟେ, 

କେମିତି ବୁଝେଇ କହିବି କୁହନା 

ତୁମ କଥା ଭାବି ମୋ ଦିନ କାଟେ ।


ମୁଁ ଖାଲି ତୁମର ଭାବି ମୁଁ ନେଇଛି 

ଭାବି ଦେଖ ଥରେ ହୃଦୟ ଦେଇ, 

ଯେତେ ଦିନଯାଏ ଭାବ ଥିବ ଭବେ 

ଭୁଲି ଯିବିନି ଗୋ ମୁଁ ଭଲ ପାଇ ।


ପ୍ରତି ସଫଳତା ମୋ ପ୍ରେମ କବିତା 

ଯା' ପଛରେ ଅଛି ତୁମରି ନାମ, 

ପ୍ରତି ମୁହୂର୍ତ୍ତରେ କବିତାର ସ୍ବରେ 

ସେଥିପାଇଁ ଗାଏ ତୁମ ସୁନାମ ।


ମନ ସିଲଟରୁ ତୁମ ଛବି କେବେ 

ଯେତେ ଚେଷ୍ଟା କଲେ ଲିଭିବ ନାହିଁ, 

ସପନରେ ନୁହେଁ ସତରେ ଟିକିଏ 

ଦେଖାଦିଅ ମିତ ଥରୁଟେ ପାଇଁ ।


ନ ଲାଗିବ ବୋଲି କାହାରି ନଜର 

ହୃଦୟରେ ତତେ ଲୁଚେଇ ଥିଲି, 

ପ୍ରବେଶ ନିଷେଧ ଦ୍ବାରେ ଲେଖିଦେଲେ 

ଯେବେ ତୁମ୍ଭ ପାଶେ ମୁଁ ଛିଡା ହେଲି ।


ତୁମ ପ୍ରେମ ଆଗେ ଆଜି ମୁଁ ଅଯୋଗ୍ୟ 

କେମିତି କହିବି ମୋ ମନ କଥା, 

ଏମିତିକା ଦୁଃଖ ଅସହ୍ୟ ମୋ ପାଇଁ 

ନ କହିବା ଭଲ ମରମ ବ୍ଯଥା ।


କେବେ ଯଦି କିଛି ଆବଶ୍ଯକ ପଡେ 

ମାଗିନେବ ମୋଠୁ ବାକି ଯା' ଅଛି, 

ଖୁସିଟିକେ ଯଦି ଦେଇ ପାରିବିନି 

ଦେଇତ ପାରିବି ଭାବନା କିଛି ।



Rate this content
Log in

Similar oriya poem from Romance