Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Romance

4.0  

Dr.Sashi Bhushan Mohapatra

Romance

ପ୍ରେମ ଅଛି ବୋଲି

ପ୍ରେମ ଅଛି ବୋଲି

1 min
184



ନିଶ୍ୱାସ ଅଛି ବୋଲି ତ

ଜୀବନର ଗତି ଅଛି

ପ୍ରେମ ଅଛି ବୋଲି ତ

ବିଶ୍ୱାସରେ ସଂସାର ଚାଲିଛି

ନୀତି ନିୟମ କିଛି ଅଛି ବୋଲି

ଏ ଜଗତ ଚାଲିଛି |


ଗଛରେ ଫୁଲ ଫୁଟିଲା ପରି

ପ୍ରେମ ହେଲେ ଓଠରେ ହସ ଫୁଟେ

ପବନରେ ପକ୍ଷୀଙ୍କ କାକଳିରେ

ପ୍ରେମର ଝଙ୍କାର ଉଠେ

ହୃଦୟର କୂଳ ଛୁଇଁ

ଭାବର ଯମୁନା ଉଛୁଳେ |


ପ୍ରେମର ହାତ ବଢ଼ାଇଲେ

ସମ୍ପର୍କ ବଢ଼େ,ହୃଦୟ ଯୋଡ଼େ

ଛଳନା ପ୍ରତାରଣା ସବୁ ଘୁଞ୍ଚି ଯାଏ

ସମର୍ପଣରେ ସବୁ ପୁଣ୍ୟମୟ ହୁଏ |


ସେହି ଭାବନା ପ୍ରାଣ ଉଲ୍ଲସିତ କରେ

ଆଖିରେ ଅନେକ ସ୍ୱପ୍ନ ଦେଖାଏ

ଦେହରେ ଚମକ ଆଣି

ମନରେ ବାସ୍ନା ଭରିଦିଏ

ଜୀବନ ସମୁଦ୍ର ମନ୍ଥନରେ

ମନ,ହୃଦୟରୁ ଅମୃତ ଝାରେ |


ସେହି ପ୍ରେମ ଭାବ

ଦିବ୍ୟ ଉଲ୍ଲାସ ପ୍ରେମ

ସେଥିରେ ପ୍ରତାରଣା ନାହିଁ

ନିନ୍ଦା,ପ୍ରଶଂସା ବି ନଥାଏ

ପାପରୁ ପୁଣ୍ୟ,ନର୍କରୁ ସ୍ୱର୍ଗ ଯାଏଁ

ତାହା ସତ୍ୟର ଆଲୋକ ଦେଖାଏ |

*************************


Rate this content
Log in

Similar oriya poem from Romance