ପରଦେଶୀ ବନ୍ଧୁ
ପରଦେଶୀ ବନ୍ଧୁ
ପରଦେଶୀ ବନ୍ଧୁ ତୁମେ ଆସିଅଛ ଉଡି
ଚାଲି ଯିବ ନାହିଁ ତୁମେ କେବେ ମୋତେ ଛାଡି
ନଦୀ ସିନା ଜଣେ ନାହିଁ ହୁଏ ବାଟବଣା
ସାଗରରେ ମିଶି ଯାଏ ପାଏ ତା ଠିକଣା
ପକ୍ଷୀ ସିନା ଜଣେ ନାହିଁ ଅନନ୍ତ ଆକାଶ
ମନରେ ଥାଏ ତାର କେତେ ଯେ ବିଶ୍ୱାସ
ସାଥି ତୁମେ ଯିବ ନାହିଁ ମତେ ପର କରି
କେମିତି ବଞ୍ଚିବି ମୁ ତୁମକୁ ଛାଡି
ଫୁଲ ଜଣେ ନାହିଁ ନିଜର ବାସନା
ଭଅଁର ପାଖେ ତାର ରହି ଥାଏ ସିନା
କୋଇଲି ଜଣେ ନାହିଁ ତାର ମିଠା ସୁର
ଜଗତରେ କରିଦିଏ. ସଭିଙ୍କୁ ବିଭୋର
ତୁମରି ନାଁରେ ମୁ ପିନ୍ଧିଛି ଚୁଡି
ସପନ ସାଗରରେ ଯାଇଛି ମୁ ବୁଡି