Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Others

3  

Kishore Nayak

Others

ପ୍ରବୃତ୍ତିର ଅଭିସନ୍ଧି

ପ୍ରବୃତ୍ତିର ଅଭିସନ୍ଧି

1 min
132



ଜୀବନ ବୁଝେନି ଜୀବନକୁ ଏଠି 

ଅଜ୍ଞାନର ଅନ୍ଧକାରେ 

ପ୍ରବୃତ୍ତି ପ୍ରବଣ ନିଷ୍ଠୁର ପରାଏ 

ଅଭିସନ୍ଧି ସ୍ବାର୍ଥତାରେ ll

ପ୍ରକୃତି ପ୍ରବୃତ୍ତି ଭ୍ରମ କରେ ନିତି 

କର୍ତ୍ତବ୍ୟ ଦାୟିତ୍ୱବୋଧ 

ରକ୍ତ ନିଏ ଏଠି ନୃଶଂସ ପରାଏ 

ରକ୍ତର ପ୍ରତିଶୋଧ ll

କ୍ଷଣିକ ସୁଖର ମୂର୍ଖତାରେ ପୁଣି 

ପଶୁତ୍ବକୁ ଆଣେ ଡାକି 

ମାନବିକତାର ବିବେକକୁ ଏଠି 

ନିଲାମରେ ଦିଏ ବିକି ll

କର୍ମ ଅକର୍ମର ଧର୍ମ ଅଧର୍ମର 

ନଥାଏ ମନରେ ଭୟ 

ପ୍ରବୃତ୍ତି ପ୍ରମତ୍ତ ବୃଥା ଅହଂକାରେ 

ନିଜକୁ ହିଁ କରେ କ୍ଷୟ ll

କ୍ଷଣଭଙ୍ଗୁର ଏ ଜୀବନ ଅବଧି 

ଅସ୍ଥିର ଆଶଙ୍କା ଭରା 

ତଥାପି ଜୀବନ ହୁଅଇ ବିପନ୍ନ 

କାମନାରେ ପଡି ପରା ll

ରୋଗ ଶୋକ ଜରା ଗ୍ରସ୍ତ ଏ ଜୀବନ 

ଜଞ୍ଜାଳରେ ଯାଏ ଫସି 

ତଥାପି ଅନ୍ୟର ଅନିଷ୍ଟ ପରାଏ 

ଫାସ ଭିଡୁଥାଏ ବସି ll

କାହା କୃତ କର୍ମ କାହା ପାଇଁ ଏଠି 

ସଜା ପ୍ରାୟେ ହୁଏ କାଳ 

ଜୀବନ ସଂଗ୍ରାମେ କିଏ ଜିତେ ପୁଣି 

କିଏ ହୁଏ ଅସଫଳ ll

ନଷ୍ଟ ପ୍ରବୃତ୍ତିର ଭ୍ରଷ୍ଟ ଚରିତ୍ରରେ 

ବିକୃତ ପ୍ରମତ୍ତ ଚିତ୍ତ 

ଧୂର୍ତ୍ତ ଅଭିସନ୍ଧି ନଷ୍ଟ କରିତୋଳେ 

ଜୀବନର ସବୁ ହିତ ll


Rate this content
Log in