Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit raut

Inspirational

3  

Ajit raut

Inspirational

ପ୍ରଭୂଙ୍କ ପ୍ରତି ଧ୍ୟାନ

ପ୍ରଭୂଙ୍କ ପ୍ରତି ଧ୍ୟାନ

1 min
236



ଅପୂର୍ବ ଜୀବନ ମନୁଷ୍ୟ ଜୀବନ

କର୍ମ ଅଟେ ଶ୍ରେଷ୍ଠ ଧର୍ମ

ପ୍ରଭୁ ଭକ୍ତି ଅଟେ ଅମୂଲ୍ୟ ଜୀବନ

ନିସ୍ବାର୍ଥ କର୍ମର ଧର୍ମ।୧।

ବକପକ୍ଷୀ ପରି ଧ୍ୟାନଟି ରଖିବି

ପ୍ରଭୂଙ୍କ ସାନିଧ୍ୟ ପାଇଁ

ଚାତକ ପରିଟି ପ୍ରଭୂ ଦେଖୁଥିବି

ପ୍ରଭୂଙ୍କୁ ପାଇବା ପାଇଁ।୨।

ସୁଦାମାର ପରି ନିର୍ମଳ ଭକ୍ତିର

ଭକ୍ତି ମନ୍ତ୍ର ଦିଅ ଭରି

ଭକ୍ତ ଶବରିର ଅମୄତ ପ୍ରେମର  

ଭକ୍ତିଟି ଦିଅହେ ଭରି।୩।             

ଦ୍ରୌପଦୀର ଡାକ ଭକ୍ତିରେ ଶୁଣିଲ

ଭକ୍ତ ଭଗବାନ ତୁହି

ପ୍ରାଣ ଦେଇ ଅଛ ଜ୍ଞାନ ଦିଅ ପ୍ରଭୁ

ଜୀବନ କର୍ତ୍ତାଟି ତୁହି।୪।

ଶୁଭ କର୍ମ ପାଇଁ ଏ ଦେହ ଦେଇଛ

ଶୁଭକର୍ମେ ଲାଗି ରହୁ

ଜନକଲ୍ୟାଣ ରେ ବିତୁ ଏହି ପ୍ରାଣ

ଦେଶ ହିତେ ଲାଗି ରହୁ।୫।

ତୁହି ମୋର ଭକ୍ତି ତହି ମୋର ଶକ୍ତି

ତହି ଜ୍ଞାନଟି ମୋହର

ତୁହିହି ରକ୍ଷକ ତୁହିହି ତାରକ

ସର୍ବୋପରି ଅଟ ମୋର।୬।

ଜୀବନର ଧାରା ଅଟ ମହାପ୍ରଭୁ

ଜୀବନ ଅସ୍ତିତ୍ଵ ତୁହି

ତହରି ଚରଣେ ବିତୁ ଏ ଜୀବନ

ଅନୁଗ୍ରହ କର ତୁହି।୭।

ଅପୂର୍ବ ଜୀବନ ମନୁଷ୍ୟ ଜୀବନ

କର୍ମ ଅଟେ ଶ୍ରେଷ୍ଠ ଧର୍ମ

ପ୍ରଭୁ ଭକ୍ତି ଅଟେ ଅମୂଲ୍ୟ ଜୀବନ

ନିସ୍ବାର୍ଥ କର୍ମର ଧର୍ମ।୮।



Rate this content
Log in

Similar oriya poem from Inspirational