ପ୍ରବାସୀ ଭାଇ
ପ୍ରବାସୀ ଭାଇ
ପ୍ରବାସୀ ଭାଇ
ମୁଁ ଜଣେ ପ୍ରବାସୀ ଭାଇ।
ଓଡିଶା ମାଟିରେ ଜନ୍ମ ମୋର,
ଖଟିଲି ଦାଦନ ପାଞ୍ଚପ୍ରାଣୀ କୁଟୁମ୍ବ
ପୋଷିବା ପାଇଁ।
ପିତାମାତା ମୋତେ ପଢ଼ାଇଲେ ପାଠ
ବଡ ହେଲେ ପୁଅ ଦୁଃଖ ଆମ ବୁଝିବ,
ଚାଳ କୁଡିଆ ଟି ଛାତ କରିବ
ଭଉଣୀ ମାନଙ୍କୁ ବାହା କରିବ।
ହାତକୁ ଦିହାତ ହେଲି,
ପିତାମାତା ଙ୍କ ସେବା କରିବା କୁ
ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ନ ଆଣିଲି।
ଚାଲିଗଲି ବହୁ ଦୂର ରାଇଜ କୁ
ସୁଖରେ ଚଳିବ ମୋ ଘର,
ଦିନ ରାତି ମୁଁ ଏକ କଲି ସେଠି
ମନରେ ନରଖି ଭୟ ଡର।
ସୁଖ ସଂସାର କୁ କିଏ ଆଖି ଦେଲା
ବିପଦ ଆସିଲା ମାଡି,
କରୋନା ନାମକ ମହାମାରୀ ରୋଗ
ନେଲାଟି ଜୀବନ ତାଡି।
କେମିତି ଫେରିବି ଘରକୁ ମୋହର
ଦିଶୁନାହିଁ କିଛି ବୁଦ୍ଧି,
ଚାରିଆଡ଼ ସବୁ ତାଲା ବନ୍ଦ ଅଛି
ନିଜ ଘରେ ନିଜେ ବନ୍ଦୀ।
ବୁଢା ପିତା ମାତା ବୀମାର ଥିଲେ
ଛୋଟ ଦୁଇଟି ଛୁଆ,
ଭୁଆସୁଣି ମୋର
ଏକୁଟିଆ ରୁହେ
କିଏ ବା ହୋଇବ ସାହା।
ମୁଁ ଏପଟେ ସେ ସେପଟେ
କେବେ ଆଉ ହେବ ଭେଟ,
ମନ ହୁଏ ଭାରି ଡହଳ ବିକଳ
ଦିନ ବିତେ ହୋଇ ଛଟପଟ।
ବସି ଖାଇଲେ ତ ନଈ ବାଲି ସରେ
କିଛି ବୁଦ୍ଧି ଜୁଟୁ ନାହିଁ,
ମହଙ୍ଗା ରାଇଜେ ତାଲା ବନ୍ଦ ଅଛି
ଆଉ କାମ ଧନ୍ଦା କିଛି ନାହିଁ।
ଧିରେଧିରେ ମୋର ଆକାଉଣ୍ଟ ଖାଲି
ଭିତରୁ ଆସୁଛି କୋହ,
ଘରେ ପାଞ୍ଚପ୍ରାଣୀ କୁଟୁମ୍ବ ମୋହର
କେମିତି ଚଳିବେ କୁହ।
ଶୁଣୁଛି ମୁଁ ଯେଉଁଠି ଅଛନ୍ତି ସବୁ ପ୍ରବାସୀ ଭାଇ,
ଘରକୁ ଫେରନ୍ତି ଅତି ଦୁଃଖରେ
କିନ୍ତୁ ମାନ ସମ୍ମାନ ନାହିଁ।
ଛିଃ ଛାକର, ଟୁପୁରୁ ଟାପର
ଖାଲି ପର ଘର ଚିନ୍ତା,
ଦୁଃଖ ଦିଅନି ସେ ଆମ ଭାଇ
ମନରେ ନ ପାଉ ବ୍ୟଥା।
ସହଯୋଗ କର,ସମ୍ମାନ ଦିଅ
ସମସ୍ତଙ୍କ ଘରେ ଚୂଲି ଜଳୁ,
ଭୋକ ଉପବାସେ କେହି ନ ରହୁ
ସମସ୍ତଙ୍କୁ ଖାଦ୍ୟ ମିଳୁ।
ଲାଗିଲା ତୁମକୁ ମୋ ଘର ପରିବାର
ମୁଁ ଏଠାରେ ଗଲି ରହି,
କାଳିଆ ଠାକୁର ଦୁଃଖ ଦୂର କର
ଜଗତ କଲ୍ୟାଣ ପାଇଁ।