Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Tragedy

3  

Trushna Das

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
162


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ମନେ ପକାଇ ଅତୀତ

ବୁଝିଗଲ ନିଜ କର୍ମଫଳ

କରୁଛ ଏବେ ଖାଲି ଅନୁତାପ।। 


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ଥିବା ସମୟରେ ନ ବୁଝି ନ କରି ନିଜ କର୍ତ୍ତବ୍ୟ 

ମାତିଲ ଆଧୁନିକତାର ପଛରେ ହୋଇ ସ୍ୱାର୍ଥପର

ବ୍ୟସ୍ତତାରେ ଭୁଲି ଗଲ ନିଜ ପରିବାରକୁ ଯେମିତି ସେମାନେ ପର।। 


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ତୁମ ଉପରେ ପଡ଼ିଛି ନିଜ ଲୋକଙ୍କ ଆଖିର ଲୁହ 

ହୋଇ ଯାଇଛି ତୁମ ଜୀବନ ଅଭିଶପ୍ତ 

ଏବେ ତୁମ ଆଖିରୁ ଗଡୁଛି ଲୁହ।। 


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ଯେତେବେଳେ ବାପା ମାଆଙ୍କୁ କରି ପର

କାଟୁଥିଲ ବ୍ୟସ୍ତତାର ଜୀବନ

ବାପା ମାଆ ଏକା ହୋଇ ତୁମକୁ ଝୁରି ଗଡେଇ ଥିଲେ ଲୁହ।।


କିଆଁ କରୁଛ ପ୍ରାୟଶ୍ଚିତ ଆଜି 

ନିଜ ସ୍ତ୍ରୀକୁ ଉପରକୁ ହାତ ଉଠେଇ

ପର ଝିଅକୁ ନେଲ ଆପଣେଇ ଟିକିଏ ପଇସା ପାଇଁ 

ସ୍ତ୍ରୀକୁ ଦେଲ ଘରୁ ତୋଡି ନିଜ ପୁରୁଷ ପଣିଆ ଦେଖାଇ।। 


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ତୁମ ସନ୍ତାନ ପାଇଁ ଦିନେ ନ ଥିଲା ତୁମ ପାଖେ ସମୟ 

ଆଜି ସେମାନଙ୍କ ପାଖେ ନାହିଁ ସମୟ

ଏବେ ତୁମେ କରୁଛ କେବଳ ଅବକାଶ।। 


କିଆଁ କରୁଛ ପ୍ରାୟଶ୍ଚିତ ଆଜି 

ନିଜ ସନ୍ତାନ ମଧ୍ୟେ ଦେଖୁଛ ନିଜ ପ୍ରତିଲିପି ଆଜି

ତୁମେ ଯାଇଥିବା ପଥେ ସେମାନେ ଭି ହୋଇଛନ୍ତି ଅଗ୍ରଗାମୀ 

ଆଜି ତୁମେ ବୁଝି ପାରୁ ଥିବ ତୁମ କର୍ମଫଳ ତୁମ ବାପା ମାଆଙ୍କୁ ଲାଗୁଥିବ କିପରି!!!


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ଯାହା ପାଇଁ ତୁମେ ବୁଝି ପାରିଲ ନାହିଁ ତୁମ ସ୍ତ୍ରୀ ଆଖିର ଲୁହ 

ଆଜି ନାହିଁ ସେ ତୁମ ପାଖେ ପାଇ ଆଉ କାହାକୁ କରିଲା ତୁମକୁ ପର

ଆଜି ଏକା ହୋଇ ମନେ ପକାଇ ସ୍ତ୍ରୀ କଥା ଆଖିରୁ ଗଡାଉଛ ଲୁହ।।


ଆଜି କିଆଁ କରୁଛ ପ୍ରାୟଶ୍ଚିତ 

ସମୟ ଥିବା ସମୟରେ ନ ସୁଧାରି ପାରି ନିଜ କର୍ମ 

ଅବକାଶ କରିବା ଛଡା ନାହିଁ ଆଉ କିଛି ବାଟ

ଏଇ ଜୀବନେ ଭୋଗିବାକୁ ପଡିବ ନିଜ କର୍ମଫଳ

ପାରୁଛ ଯଦି ଆଜି ଯୁବ ପୀଢିଙ୍କୁ ନିଜ ଜୀବନର ଶିକ୍ଷାରୁ ଦିଅ କିଛି ଉପଦେଶ।।


Rate this content
Log in

Similar oriya poem from Tragedy