ପ୍ରାସାଦ
ପ୍ରାସାଦ
1 min
320
ସ୍ୱପ୍ନର ସୁନେଲି ନଗରୀରେ
ଅବ୍ୟକ୍ତ ଯନ୍ତ୍ରଣାର
କାନଭାସ୍ ଉପରେ
ହୃଦୟ ପୃଷ୍ଠାରେ
ଅନାବନା
ଚିତ୍ର ଆଙ୍କୁ ଆଙ୍କୁ
କେତେବେଳେ
କେଉଁ ମୋଡ ନିଏ ଜୀବନଟା
ଇନଫିନିଟିଭଟା
ପଜିଟିଭ ଡ୍ରିମର କଥା
ଭାବୁ ଭାବୁ
ନେଗେଟିଭଟା
କେତେବେଳେ ଶକ୍ତ ହୁଏ
ଭାବପ୍ରବଣତାରେ ହଜିଗଲେ ବି
ଆଉ ଥରେ ଗଢିବାକୁ ଇଚ୍ଛା ହୁଏ
ଏକ ଶକ୍ତ ଫାଉଣ୍ଡେସନ
ସତେ ଯେମିତି କେତେବେଳେ
ପ୍ରସାଦ ଅଟଳିକାଟେ ଵନିଯିବି
ମୋ ଅଜ୍ଞାତସାରରେ ସବୁ ନେଗେଟିଭକୁ
କବରି ଦେଇ
କେଉଁ ଏକ ଅପହଞ୍ଚ
ଅଜଣା ଇଲାକାରେ
ଗଢ଼ିଦେବି ପ୍ରାସାଦକି ଅଟ୍ଟାଳିକାଟିଏ
ରାତିସିନା ସ୍ୱପ୍ନ ଦିଏ
କିନ୍ତୁ ସକାଳ ଏକ ବାସ୍ତବତାର ଘର
କର୍ମ ପାଇଁ ଅଭିପ୍ରେତ
ସ୍ୱପ୍ନ ନୁହେଁ ମୋର ସକାଳ
ରାତି ଅଛି ବୋଲି
ସକାଳ ଥାଏ
ଆଲୁଅ ଅଛି ବୋଲି
ଅନ୍ଧାର ଥାଏ
ଅନ୍ଧାରରେ ହଜିଛି ବୋଲି
ଆଲୁଅ ଖୋଜେ
ବାଟବଣା ହେଲାପରେ
ରାସ୍ତା ଖୋଜେ