Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Classics

3.3  

Kulamani Sarangi

Classics

ପ୍ରାର୍ଥନା ଘେନାକର⁸

ପ୍ରାର୍ଥନା ଘେନାକର⁸

1 min
273



ସବୁ ଦିଅଁ ଠାରୁ ଅଲଗା ତୁମେ ହେ ଭୂତେଶ ଚନ୍ଦ୍ରଶେଖର

ଅନ୍ୟ ଦିଅଁଙ୍କର ମନ୍ଦିରେ ନିବାସ ଶ୍ମଶାନରେ ତୁମ ଘର

ଭୂତ ପ୍ରେତ ସହିତେ,

ତୁମ୍ଭ ବିଚରଣ ଦିବାରାତ୍ରେ।।


ଅନ୍ୟ ଠାକୁରଙ୍କ ଦିବ୍ୟ ଅଙ୍ଗବାସ ତୁମେ ପିନ୍ଧ ବାଘ ଛାଲ,

ଅମୃତ ମଣୋହି ଅନ୍ୟ ଦେବଙ୍କର ତୁମେ ପିଉଛ ଗରଳ,

ଥାଇ ଘୋରା ଚନ୍ଦନ,

ହୋଇଅଛ ଭଷ୍ମ ବିଲେପନ ।।


ଅନ୍ୟ ଦେବାଦେବୀ ଶ୍ରୀଅଙ୍ଗେ ଚଢଇ ସୁଗନ୍ଧ କୁସୁମ ହାର,

ଗୟଶ ଦୁଦୁରା ବେଲପତ୍ରେ ତୁମ ଶରଧା ଅଟେ ଅପାର,

ସଦା ଧ୍ୟାନେ ମଗନ,

ସଂସାରରେ ଘୋର ଉଦାସୀନ ।।


ମସ୍ତକରେ ଶୋଭା ପାଆନ୍ତି ଚନ୍ଦ୍ରମା ଧରି ଅମୃତ କଳସ,

ଆହା ବିଡମ୍ବନା ! କଣ୍ଠରେ ତୁମର ଶୋଭେ ହଳାହଳ ବିଷ !!

ସେହି ବିରୋଧାଭାସ,

ପ୍ରକଟଇ ସଂସାର ରହସ୍ୟ।

 

ତୁମ୍ଭ ପରିବାର ଅଜବ ଠାକୁର କେହି ନରହନ୍ତି ଘରେ,

ବଡ଼ ପୁଅ ଦେବ ସେନାପତି ସଦା ଉଡୁଥାନ୍ତି ମୟୂରରେ,

ପୂଜା ଲଡୁ ଆଶାରେ

ଗଣପତି ଭ୍ରମନ୍ତି ସଂସାରେ ।


ଭାରିଜା ତୁମର ଦୟାର ସାଗର ବୁଲୁଥାନ୍ତି ବରଦାନେ,

ପାଖକୁ ତୁମର ଆସିଲେ ଭବାନୀ ରହିଥିବ ସନ୍ତର୍ପଣେ,

ତାଙ୍କ ସିଂହ ବାହାନ,

କରିପାରେ ନନ୍ଦିଙ୍କୁ ଭୋଜନ ।।


ଏପରି ଅଜବ ବାହନ କାହିଁକି ତୁମର ଅଛନ୍ତି ସାଇଁ,

ତୁମ ସର୍ପ ଥାଏ ଗଣପତିଙ୍କର ବାହନ ପଛେ ଗୋଡାଇ।

କୁମାରଙ୍କ ମୟୂର,

ଅଟେ ବଇରୀ ତୁମ୍ଭ ସର୍ପର।।


ଅନନ୍ୟ ଠାକୁର ଶିବ ପରାତ୍ପର, ମଙ୍ଗଳ ପାଇଁ ସୃଷ୍ଟିର

ସଂସାର ବିଷକୁ ଆକଣ୍ଠ ପିଇଛ ତୁମେ ନୀଳକଣ୍ଠେଶ୍ଵର।

ତୁମ୍ଭ ତ୍ୟାଗ ଅନନ୍ତ,

ତୁମେ ସତ୍ୟ ଶିବ ମୂର୍ତ୍ତିମନ୍ତ।।


ସଂସାରରେ ବିଷ ପ୍ରବଳ ହେଲାଣି, ଆଉ ଥରେ ପରମେଶ,

ନାଶକର ବିଷ ଧରି କାଳବେଶ ଦୁଷ୍କୃତ କରି ବିନାଶ,

ପ୍ରାର୍ଥନା ଘେନାକର,

କରି ପ୍ରଚଣ୍ଡ ତାଣ୍ଡବ ଘୋର।।


Rate this content
Log in