Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ପ୍ରାଣୀଙ୍କର ମିତ ହୁଅ

ପ୍ରାଣୀଙ୍କର ମିତ ହୁଅ

1 min
369



ଇଏ କି ଲଢେଇ କରୁଅଛ ଏଠି

ସିଏ ବି ଗୋଟିଏ ଜୀବ,

ତୁମ ଖୁସି ଲାଗି ଉସୁକାଅ ତାକୁ

ଲହୁ ଲୁହାଣ ସେ ହେବ ।


ବନ୍ଦ କର ବନ୍ଦ କର

ଈଶ୍ୱରଙ୍କ ଏଇ ପବିତ୍ର ସୃଷ୍ଟିରେ

ପ୍ରାଣୀ ହିଂସା ଘୃଣ୍ୟ ଚିର ।


ଜଙ୍ଗଲର ବାଘ ସିଂହ ମଧ୍ୟ କେବେ

ଅଯଥାରେ ଜୀବ ବଧ,

କରନ୍ତିନି ଖାଲି କ୍ଷୁଧା ନିବାରଣ

ଲାଗି ହୋଇଥା'ନ୍ତି ବାଧ୍ୟ ।


ତାଙ୍କ ଠାରୁ କିଛି ଶିଖ

ମଣିଷ ଜନମ ପାଇଛ ଧରାରେ

ଜୀବ ପ୍ରତି ଦୟା ରଖ ।


ଗୋଡ଼ରେ ତାହାର ଅସ୍ତ୍ର ବାନ୍ଧିଦେଇ

ତାଳି ମାରି ମଜା ନିଅ,

କୁକୁଡ଼ା ଲଢେଇ ଆଳେ ହେ ମଣିଷ

ପୈଶାଚିକ ଖୁସି ପାଅ ।


ଟିକେ ତ ସୁଧୁରିଯାଅ

ହିଂସା ଛାଡ଼ି ତାଙ୍କ କଲ୍ୟାଣ କରିକି

ପ୍ରାଣୀଙ୍କର ମିତ ହୁଅ ।



Rate this content
Log in

Similar oriya poem from Action