ପଞ୍ଚଫୁଟଣ
ପଞ୍ଚଫୁଟଣ


ପାଞ୍ଚ ଆଙ୍ଗୁଠି ପରି ଛଞ୍ଚାଣ
କାହିଁ କେଉଁଠି ଏମିତି ପଞ୍ଝା
କାଣୀ ରିଙ୍ଗ ମଝି ବିଶି ବୁଢା
ମିଶି ଭାରି ଫୁଟାଣି
ଠିକ ଫୁଟଣର ବାସ୍ନା ପରି
ଉପକାର କରେ ଭାରି
ରାଗ ରୋଗ ଋଣ ତରକାରୀ
ଖରା ବର୍ଷା ଶୀତ କାଞ୍ଜି
ସୋରିଷ ଜୀରା ପାନମଧୁରୀ ମଞ୍ଜି
ତା ସଙ୍ଗେ କଳାଜିରା ମେଥି ସିଞ୍ଚି
ପ୍ରସ୍ତୁତ ରୋଗନିବାରକ ମସଲା
ଥିଲେ ଥାଉ ନଥିଲେ ଇଏ ହେଲେ ଗଲା
ବାସ ରସ ସ୍ୱାଦ ଦିଏ ଏ ଫୁଟଣ
ଆଗେ ଯେମିତି କହନ୍ତି ସାରଙ୍କ ପାଞ୍ଚଣ
ନବାଜି ଆସିଛି କୁଆଡୁ ମିଶାଣ ଫେଡ଼ାଣ
ଯା ହେଉ ଖାଦ୍ୟ ଆଗ ଆଉ ସବୁ ପଛ
ଫୁଟଣ ଗୋଟେ ଏମିତି ଔଷଧ
ନପଡିଲେ ହୁଏନା ଛୁଙ୍କ
ପଡିଲେ ଉଠୁ ପଛେ ଛିଙ୍କ
ଲାଗେ କିନ୍ତୁ ରଙ୍କ
ମହାଭାରତର ପଞ୍ଚୁପାଣ୍ଡବଙ୍କ ପରି ବୀର
ଏଯୁଗରେ ପଞ୍ଚଫୁଟଣ ଖାଇ ଶୀର
ମଗଜ ଭିତର ବାହାର
ପଞ୍ଚଫୁଟଣ ପଞ୍ଚାମୃତ ରୋଷେଇର
ପାଞ୍ଚ ସଂଖ୍ୟାଟା ନିଶ୍ଚୟ ଏକକ ଐକିକ
ମହକ ଭିତରେ କାରଣ କାରକ