ଓଡ଼ିଆ ଘର ପଣା ସ୍ୱାଦରେ ନୁଁହଁ ଊଣା
ପଣା ସାଙ୍ଗକୁ ତୁଳସୀମୂଳେ ଧୂଆଁ ଝୁଣା
ଛାମୁଣ୍ଡିଆର ମାଟିହାଣ୍ଡିରେ କୁଶସହ କଣା
ଝରେ ଟୋପା ପଣା ଖରା ଗରମ ନିଉଛୁଣା
ପିଇ ପଣା କଦଳୀ କ୍ଷୀର ମାଜେଣା
ଛତୁଆ ଖାଇ ବିଞ୍ଚଣା ନେଇ ବ୍ରାହ୍ମଣ ନନା
ସଂକ୍ରାନ୍ତିର ବିଷୁବରେଖାରେ ସୂର୍ଯ୍ୟଙ୍କୁ ଅନା
ବୀରହନୁମାନ ଏହି ଦିନେ ଜନ୍ମ ସିନା
ଫକୀରମୋହନ ଜନ୍ମି ବ୍ୟାସକବିରେ ଗଣା
ଓଡ଼ିଆ ନବବର୍ଷ ରୂପେ ଏଦିନ ଜଣା
ଆମେ ଓଡ଼ିଆ ଆମ ଭାଷା ବଢିଆ ଛଣା
ଭାଷା ସାହିତ୍ୟ ସଂସ୍କୃତି ନୃତ୍ୟ ନୁହେଁ ଊଣା
ଆସ ସଭିଏଁ ଭାଇ ଭଉଣୀ ପିଇ ପଣା
ଖୁସିରେ ହସି ନାଚି ଗାଇ ମଣିଷପଣିଆ
ନହେଉ କେଵେ ମନ ହୃଦୟ ଊଣା
ଆମେ ସାହାସୀ ଭାରତବାସୀ ଓଡିଶାରେ ଜଣା
ରଖିବୁ ମାନ ଆମ ଜନମ ସାର୍ଥକ ହେବ ସିନା
ଆମେ ଛୋଟ ବୁଦ୍ଧି ମୋଟ ନାମ କୁନା ମୁନା ଟୁନା