ପଂକଜିନୀର ସ୍ବପ୍ନ
ପଂକଜିନୀର ସ୍ବପ୍ନ


ଭାସମାନ ବାଦଲ ଉହାଦେ
ମୁହଁ ଲୁଚାଇଥିଲା ସୂର୍ଯ୍ୟ
ପଙ୍କଜିନି ଫୁଟିବ ଫୁଟିବ ବୋଲି
ଅନାଇଁ ରହିଛି ସପନ ଶେଯରେ
ଉର୍ଦ୍ଧ୍ବ କୁ
ମର୍ଯ୍ୟାଦା ବୃତ୍ତରେ ତାର
ଲକ୍ଷ୍ମଣ ର କଟା ତିନିଗାର
ସମ୍ପର୍କର କଷଣରେ
ବ୍ୟଥାତୁର ଶ୍ୱାସରୁଦ୍ଧ
ଭରା ବେଦନା ବୁକୁରେ
ମନ ମନସାଙ୍କର
ଉତ୍ତର ଓଲଟପାଲଟ
ସେତ ଅନାମିକା ସ୍ବପ୍ନ ନାୟିକା
ବହୁରୂପୀ ମେଘ
କରେ ତାକୁ ପଥରୋଧ
ବାହାରେ ତ ମହଣ ମହଣ
ଭୋଖିଲା ଆଖି
ତଥାପି ସେ ଶତ ଐନ୍ଦ୍ରଜାଳିଙ୍କର
ମାୟା କାଟି
ଦେଖାଏ ଅଦୃଶ୍ୟ ସନନ୍ଦ
ଓଲଟାଏ ଇତିହାସ ପୃଷ୍ଠା
ଅସମାହିତ ପ୍ରଶ୍ନ ସାଉଁଟି
ଧାଏଁ ପୁଣି ତ୍ରୖବେଣୀ ସଂଗମେ
ସୃଜନଶୀଳ ଧରାପରେ
କୁଢ଼ କୁଢ଼ ନୀରବତା
ଅୟମାରମ୍ଭରେ ଅସ୍ତରାଗର
ରୋମାଞ୍ଚ
ଦୂରୁ ଦେଖି ଲଭେ ଆତ୍ମ ସୁଖ
ଏଇମିତି ମିଳୁଥାଉ
ଵିନ୍ଦୁଏ କରସ୍ପର୍ଶ
ଥାଉ ଅବା ଦୂରେ ବହୁଦୂରେ
ଶତ କଦମ୍ବର
ଉନ୍ମାଦନା ନେଇ
ଫୁଟୁଥିନି ପାଖୁଡା ମେଲି
ବାର ବାର
ଜିଇଁବାକୁ କିଛିଟା ମୁହୂର୍ତ୍ତ ।