STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପଙ୍କିଳ ପାପର ପ୍ରଶ୍ନବାଚୀ

ପଙ୍କିଳ ପାପର ପ୍ରଶ୍ନବାଚୀ

1 min
5

କବିତା - ପଙ୍କିଳ ପାପର ପ୍ରଶ୍ନବାଚୀ
ରଚନା - ପଞ୍ଚାନନ ଜେନା
 ତାରିଖ -୦୩-୧୧-୨୦୨୫
 +++++++++++++++++++
କହି ତ ପାରିବ ପଦେ
 ବତେଇ ଦ ପାରିବ ଅଧେ
କେଉଁ ଠିକଣାରେ ଲୁଚେଇବି ମୋ ପଙ୍କିଳ ପାପ ?
ଘର ଆଲମିରା ଭିତରେ କି
 କାନ୍ଥଠଣା ଗାତରେ
 ବହିଥାକ ସନ୍ଧିରେ କି
 ଲୁଗା ଗଣ୍ଠିଲି ମଧ୍ୟରେ
ନା, ପୋତିଦେବି ଘର ଅଗଣା ମାଟି ଗୋହିରି ତଳେ ଅମାପ

 କହି ତ ପାରୁଛ ଗଦେ
ସିଖେଇ ତ ପାରୁଛ ଅଧେ
କେଉଁ ନିଭୃତ ସ୍ଥାନରେ ପୁରେଇ ପାରିବି ମୋ ପ୍ରଶ୍ନିଳ ପାପ ?
କୁଟାଗାଦି ମଝିରେ କି
ବିଲମାଟି କଙ୍କଡ଼ା ଗାତରେ
 ଆମ୍ବଗଛ ପତ୍ର ଗହଳରେ କି
ଝୁଲୁଥିବା ବାଇ ଚଢ଼େଇ ବସାରେ
 ନା, ଫିଙ୍ଗିଦେବି ବେଣ୍ଟ ପୋଖରୀର ଅତାଳ ତାଳ ପାଣି ଭିତରେ ନିଷ୍ପାପ

 ଦେଖେଇ ତ ପାରିବ ପଥ
 ଲେଖେଇ ତ ପାରିବ ପନ୍ଥା
କେଉଁଠି ମୁଠେଇବି ପଠେଇବି ମୋ ଉପାର୍ଜିତ ପାପ?
ପୁରୁଣା ଦିସ୍ତାଟ୍ରଙ୍କ୍ ଭିତରେ କି
ଘସିଫଡ଼ା ମଞ୍ଚା ପାଖରେ
ଭଙ୍ଗା ଦଦରା ପେଟରା ପେଟରେ କି
ମୁହଁବନ୍ଧା ଅଖା ବସ୍ତାରେ
 ନା, ନିଆଁ ଲଗେଇ ଦେବି ମୁଠାଏ ପାଉଁଶ ତଳେ ହେଉ ନିର୍ବାପ

 କହି ତ ପାରିବ ଥରେ
ବତେଇ ତ ପାରିବ ଇଶାରାରେ
 କେଉଁ ସୁଡ଼ଙ୍ଗ ଦେଇ ପାରି କରିହେବ ମୋ ଅଣ୍ଟିମରା ପାପ
 ବରଗଛ କୋରଡ଼ରେ କି
ବ୍ୟାଙ୍କ ଲକରରେ
ଚିଟଫଣ୍ଡ ସଂସ୍ଥାରେ କି
ଗହଣାଗାଣ୍ଠି କିଣାରେ
 ନା , ତରଳେଇ କାୟାକଳ୍ପ ବଦଳେଇ ଚିହ୍ନବର୍ଣ୍ଣ ଲିଭେଇ ଦେବି ସମାପ୍ତ

 ବଖାଣି ତ ପାରିବ କଠେ
 ବକି ତ ପାରିବ ଅକାଣ୍ଡିଆ ମୁଠେ
କଉଁ ଗୁପ୍ତସ୍ଥାନରେ ଢ଼ାଙ୍କୁଣି ଘୋଡେଇ ଲୁଚେଇ ଦେବି ମୋ ତଣ୍ଟିମରା ପାପ ଧାନ ଅମାର ଭିତରେ କି
 କୁଣ୍ଡାର ପାହାଡ଼ ଉପରେ
ବଣ ଜଙ୍ଗଳ ମଧ୍ୟରେ କି
ଖଣି ଖାଦାନ ମଝିରେ
 ନା , ପାପର ପଣତ ଛାଇରେ ବିଶ୍ରାମ କରୁଥିବ ସନ୍ଧ୍ୟା ସମୀପ ବେଳ ରତରତ


Rate this content
Log in

Similar oriya poem from Tragedy