ପଖାଳ କଂସାରେ ଓଡିଆ ସଂସ୍କୃତି
ପଖାଳ କଂସାରେ ଓଡିଆ ସଂସ୍କୃତି
ବିଶ୍ବ ସୁପ୍ରସିଦ୍ଧ ଓଡିଶା ପଖାଳ
ଓଡିଆଙ୍କ ପ୍ରିୟ ଖାଦ୍ଯ
ମହିମା ମଣ୍ଡିତ ପଖାଳ ରହସ୍ଯ
ସୁସଂସ୍କୃତି ଭବ୍ଯ ଦିବ୍ଯ ।
ସର୍ବ ଜନାଦୃତ ପଖାଳ ତୋରାଣି
ପୃଷ୍ଟିକର ତୃପ୍ତିକର
ପଖାଳର ସ୍ବାଦ କରେ ମନ୍ତ୍ରମୁଗ୍ଧ
ରୁଚିପୂର୍ଣ୍ଣ ଚମତ୍କାର ।
ପଖାଳ ପ୍ରସ୍ତୁତି ହୁଏ ହାଣ୍ଡିଶାଳେ
ଆମ ଦେଇପିଣ୍ଡି ଘରେ
ବଳକା ଅନ୍ନକୁ ପାଣି ଦେଇ ଅଳ୍ପ
ଘୋଡାଯାଏ ପଲମରେ ।
ଟଙ୍କ ଲେମ୍ବୁ ସହ ହୋଇ ସମ୍ମିଶ୍ରଣ
ମହକେ ତା'ର ସୁଗନ୍ଧ
ସ୍ବତନ୍ତ୍ର କଂସାରେ ପଖାଳ ତୋରାଣି
ହୁଅଇ ପରିବେଷଣ ।
ଭଜା ବଢିଚୁରା ରାଇତା ଚଟଣୀ
ସହିତ ଲଙ୍କା ପିଆଜ
ଢାଳି ବସାଦହି ଲସି ଆମ୍ବକଷି
ଭୋଜନ ହୁଅଇ ସଜ ।
ମାଆ କି ଭଉଣୀ ଅଥବା ଘରଣୀ
ପଖାଳକୁ ଦେଲେ ବାଢି
ମିଶେ ଶ
୍ରଦ୍ଧାସ୍ନେହ ପଖାଳ ମହତ୍ତ୍ବ
ଯାଏ ଶତଗୁଣ ବଢି ।
ମହା ମହୌଷଧି ସଦୃଶ ପଖାଳ
ଖରାବର୍ଷା ତେଜ କାଟେ
ଧନୀ ବା ଗରିବ ଚାହାଁନ୍ତି ସକଳେ
ପଖାଳରୁ ଭରପେଟେ ।
ଓଡିଆ ଜାତିର ମୃତ ସଞ୍ଜିବନୀ
ଅମୃତ ପଖାଳ କଂସା
ଓଡିଆଙ୍କ ପ୍ରାଣ ଜଗତନାଥଙ୍କୁ
ସଯତ୍ନେ ହୁଏ ପରଶା ।
ଦୁର୍ବାର ଓଡିଆ ପଖାଳ ମାଧୁର୍ଯ୍ୟ
ଅପୂର୍ବ ତା' ସମ୍ମୋହନ
ଭରିଦିଏ କାନ୍ତି ବଳ ତେଜ ଶାନ୍ତି
ଅକ୍ଷୁର୍ଣ୍ଣ ରଖେ ଯୌବନ ।
ପଖାଳର କଂସା ସଦ୍ ବିନିଯୋଗେ
ବିମୁଗ୍ଧ ସାରା ଜଗତ
ପଖାଳ ଦିବସ ଉପଲକ୍ଷେ ବନ୍ଧୁ
ଜଣାଉଛି ସୁସ୍ବାଗତ ।
ପାଳିବା ସାଗ୍ରହ ଆନନ୍ଦ ଉତ୍ସାହେ
ବିଶ୍ବ ପଖାଳ ଦିବସ
ଭୁଲିବାନି କେବେ ଓଡିଆ ସଂସ୍କୃତି
ମାର୍ଚ୍ଚ ତାରିଖ ବିଂଶ ।