Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Tragedy

3  

Brundabana Pradhan

Tragedy

ପଜିଟିଭ୍

ପଜିଟିଭ୍

1 min
250



ମାଛ ନ ଖାଇଲେ ବି ମାଛ ଧରିବା ର ମଜା ନିଆରା। ମୁଁ ଭାଇ ବାପା ସଭିଏଁ ମିଶି ନିଜ କ୍ଷେତ ପୋଖରୀରେ ମାଛ ମାରିବା ପାଇଁ ଗଲୁଁ ମାଛ ମାରିଲୁ ଖୁବ୍ ମଜା କଲୁ। ସବୁଜ ଧାନର କ୍ଷେତ କିଆରୀରେ ନିଜକୁ ହଜେଇ ଦେଇଥିଲି କିଆଁ ଜଣା ଥିଲା ମୋ ପାଦରେ ଏତେ ବଡ କଣ୍ଟା ଟିଏ ଗଲି ଯାଇଥିବ ବୋଲି। ସଂନ୍ଧ୍ଯାରେ କଣ୍ଟାକୁ ଛୁଞ୍ଚି ସାହାଯ୍ୟରେ ବାହର ତ କରିଦେଲି ହେଲେ ତାର ଦରଜ ଏତେ ବଡ଼ ସାଂଘାତିକ ଜ୍ବର ଆଡକୁ ଗତି କରିବ ବୋଲି କିଏ ବା ଜାଣିବ ।ବାପାଙ୍କ ଔଷଧ ରେ ଜ୍ୱର ତ ଖୁବ୍ ଶୀଘ୍ର ଭଲ ହୋଇଗଲା। ହେଲେ ମନରେ ଅନେକ ଅବସୋସ ରହିଗଲା କାଲେ ମତେ କରୋନା ହୋଇ ଯାଇଥିବ ବୋଲି ଭାଇର ଅନୁରୋଧ କ୍ରମେ କୋଭିଡ୍ ଟେଷ୍ଟ କରିଗଲି। ସେଠାରେ ମୋର ଅତି ଘନିଷ୍ଠ ବନ୍ଧୁ ଜଣେ ସୁରକ୍ଷା କର୍ମୀ ଭାବେ ଅବସ୍ଥାପିତ ଥିଲେ ଅଥଚ ମାକ୍ସରେ ଆବଦ୍ଧ ଯୋଗୁଁ ସେ ତ ପ୍ରଥମେ ମତେ ପାରିଲେନି ଚିହ୍ନି ଅଥଚ ମୁଁ ଠିକ୍ ଚିହ୍ନୁଥାଏ ତାଙ୍କୁ ତାଙ୍କର କହିବା ମୁତାବକ ମୁଁ କରୋନା ଟେଷ୍ଟ ପାଇଁ ନାମ ପଞ୍ଜିକରଣ କରିଦେଲି।ନମ୍ବର ଆସିଲା ପରେ ଟେଷ୍ଟ କରାଇନେଲି ।ଅଧଘଣ୍ଟା ପରେ ବଡ ପାଟିରେ ଶୁଣିବାକୁ ପାଇଲି ଯେ ମୋର ପଜିଟିଭ୍ ବାହାରିଛି। ସୁରକ୍ଷା କର୍ମୀ ବନ୍ଧୁ ଜଣକ ଦୂରରେ ଥାଇ ଆରେ ତମକୁ ଏବେ ଠିକ୍ ପାରିଲି ଚିହ୍ନି ବୋଲି ସମବେଦନା ଜଣାଉଥିଲେ। 




Rate this content
Log in