ପିତୃ ତର୍ପଣ
ପିତୃ ତର୍ପଣ
ଡାକିବେ ସମୁଚ୍ଚେ
ସରାଗ ରେ ଶ୍ରାଦ୍ଧେ
ପିତୃତର୍ପଣ ଦିବସ ।
ଶୁଣନ୍ତି ତା ପିତ
ଅତି ଆଗ୍ରହେ ତ
ପିତୃ ଲୋକେ ତାଙ୍କ ବାସ।
ହେ ପିତୃ ଭୁବନ
ବିହାରୀ ମୋହରି
ଡାକେ ଏ ହୀନ ସନ୍ତାନ ।
କର ହେ କରୁଣା
ନକରି ହେ ଉଣା
ଶ୍ରାଦ୍ଧେ ପୁଜେ ଏହି ଜନ ।
ଶୁଣି ଦିଅ ବାରେ
ଡାକ ମୋର ଥରେ
ସ୍ନିଗ୍ଧ ନେତ୍ରରେ ଅନାଇ ।
ଦିବ୍ୟ ଅଧର ରେ
ହେ ଦେବତା ମୋର
ଦିବ୍ୟ ହାସ କୁ ଫୁଟାଇ ।
ଆଜି ପିତୃଶ୍ରାଦ୍ଧ
ଆରମ୍ଭ ହେ ଦେବ
ପୁତ୍ର ଶ୍ରାଦ୍ଧ ତ ଦିଅଇ ।
ଅର୍ଯ୍ୟମା ସନ୍ତୁଷ୍ଟ
କରି ଆସ ଶ୍ରେଷ୍ଠ
ବର୍ଷକୁ ଥରକ ପାଇଁ ।
ମାନବ ମରତେ
ଏକ ବର୍ଷ ଅଟେ
ପିତୃ ଲୋକେ ଏକ ଦିନ ।
ସବୁ ଦିନେ ତୁମେ
ଶ୍ରାଦ୍ଧ ପାଉ ଅଛ
ଗଣି ଦେଖ ଆହେ ଜନ ।
<
br>
ଅର୍ଯ୍ୟମା ଅଟନ୍ତି
ପିତୃ ଲୋକ ପତି
ପୂଜହେ ଦେଈଣ ମନ ।
ସିଏ ଖୁସି ହେଲେ
ପ୍ରେତ ପାଏ ଭଲେ
ଦୃତେ ଗମେ ପିତୃ ସ୍ଥାନ ।
ସ୍ଥାନ ମିଳିଗଲେ
ଆଶୀର୍ବାଦ ଆସେ
ଧନ ଧାନ୍ୟ ଲକ୍ଷ୍ମୀ ବଢେ ।
ଦୁଃଖୀ ହୁଏ ସୁଖି
ହୁଏ ବହୁମୁଖୀ
ଦୁଷ୍ଟ ଗ୍ରହ ଯଶା ଛିଡ଼େ ।
ବୁଝି ଯାଅ ଏହି
ରହସ୍ୟ କୁ ତୁହି
ଅଟେ-ଏ, ଅତି ନିଗୁଢ଼ ।
ଶ୍ରଦ୍ଧା ସହକାରେ
ଶ୍ରାଦ୍ଧ ଦିଅ ଭାବେ
ନହୋଇ ତହିଁ ବିମୁଢ଼ ।
ପିତୃ ଆଶୀର୍ବାଦ
ବଳେ ବଳିୟାର
ହୋଇବ ଏହି ଭୁବନ ।
ବ୍ରାହ୍ମଣ କହିବେ
ନୀତି ଉପଚାର
ଶ୍ରାଦ୍ଧେ ତାଙ୍କ କଥା ମାନ ।
ପିତର ତର୍ପଣ
ବର୍ଷକ ରେ ଯାଣ
ଭାଦ୍ର କୃଷ୍ଣ ପକ୍ଷେ ପଡେ ।
ସ୍ମୃତି ମନୋରମ
ସୁ ଉପାସ୍ୟ ସମ
ଶ୍ରାଦ୍ଧେ ଆନନ୍ଦ ତ ବଢେ ।