ପିତା... ପୁଣ୍ୟର ଗୀତା
ପିତା... ପୁଣ୍ୟର ଗୀତା
1 min
88
ଦିନେ ଛତାର ଆଳରୁ
ଚାହିଁଲି ଆକାଶକୁ
ଦେଖିଲି ନୀଳ ଚାନ୍ଦୁଆ ତଳେ
ମେଞ୍ଚା ମେଞ୍ଚା ଧଳା ବାଦଲ
ମନେ ପଡିଗଲା....
ମୁଁ ଚାକିରୀ ପାଇବା ଦିନ
ମୋ ବାପାଙ୍କ ମୁହଁ।।
ଅଦିନ ମେଘରେ ଅଧା ତିନ୍ତି
ଛିଡା ହୋଇଥିଲି ବୁଢା ବରଗଛ ତଳେ
ଦେହରେ ପଡିଲା ପତ୍ର ଫାଙ୍କରୁ ବର୍ଷା ଟୋପା
ମନେ ପଡିଗଲା....
ଘର ଛାଡିଲା ବେଳେ
ବାପାଙ୍କ ଆଖିରେ ଦି ଟୋପା ଲୁହ ।।
ଅନ୍ଧାରକୁ ପଚାରିଥିଲି
ସ୍ୱପ୍ନର ଠିକଣା
ପୁଳାଏ ସିଗାରେଟ ଧୂଆଁ ଆରପଟୁ
ଚିକମିକ ତାରା ଟିଏ
ଯେ କହୁଥିଲା....
"ତୋର କଣ ଚିନ୍ତା ଯେ
ମୁଁ ଥିଲା ଯାଏ?"
ସେ ପରା ବାପା...
ଜୀବନର ସବୁ ସଞ୍ଚୟ ଦେଇ
ଯେ ଖୁସି ହୁଏ ।।