Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

((((ପିଲାଙ୍କ ହସ ରେ)))*********

((((ପିଲାଙ୍କ ହସ ରେ)))*********

1 min
122


ପିଲାଙ୍କ ହସରେ

ସର୍ବଦା ମିଠାରେ

ବଖାଣି କହିବି କେତେ


କହିଲେ ସରେ କି

ତାଙ୍କ ବାହାଦୁରି

ଉଜ୍ଜ୍ୱଳ ଦିଶୁଛି ମୋତେ


ସାଙ୍ଗ ସାଥୀ ମେଳ

ଧୂଳି ବାଲି ଖେଳ

ଦୁନିଆ ଦାଣ୍ଡରେ ଚାଲେ


ଭୋକ ଶୋଷ ଭୁଲି

ସାଙ୍ଗେ ମିଶି ଖେଳି

ହସ ଖୁସି କଟେ ଵାଲ୍ୟେ


ପୁଲକ ପରାଣ

ଝଲସଇ ରହି

କୋମଳ ହୃଦୟ ପିଲେ


କ୍ଷଣ ବିମୋହିନୀ

ଚପଳା ଯେସନ

ଚାରୁ ରେଖା ଦିଶେ ଭଲେ


ପିଲାଏ ଅଟନ୍ତି

ବଗିଚା ର ଫୁଲ

ଜନ ମନ ମୋହିଥାନ୍ତି


ଦେଇ ପାରିବନି

ତାଙ୍କର ମୂଲକୁ

ସଂସାର ଖୁସିର ମୂର୍ତ୍ତି


ମୁଇଁ ଭାବେ ସିଏ

ସରଗର ଦୂତ

ଦୁଃଖେ ହସର ଫୁଆରା


ଅନ୍ତର ର ସାକ୍ଷୀ

ପିତା ମାତା ଦେଖେ 

ପିଲା ତାଙ୍କର ନିଆରା


ଜଗତ ଯାକର

ପିଲା ସବୁରିର

ଆକାଶର କୁନି ତାରା


କୁନି ତାରା ଦିନେ

ଉଜ୍ଜ୍ୱଳିବ ମର୍ତ୍ତ୍ୟେ

ନଥିବ ଦୁଃଖ ପସରା


ପିଲାର ହସରେ

ମୁକୁତା ଦିଶେରେ

ଝଟକଇ ପୃଥିବୀରେ


ସମସ୍ତଙ୍କର ସେ

ସ୍ନେହର ମୂରତି

ଦୁଃଖ ନଷ୍ଟ ତା ହସରେ



Rate this content
Log in

Similar oriya poem from Inspirational