Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasis Ray

Inspirational

3  

Debasis Ray

Inspirational

ପିଲାମାନେ

ପିଲାମାନେ

1 min
198


ଭାରତ ଆମର ଜନମଭୂମି

ମୁଣ୍ଡ ପାତିବାନି ସାହସୀ ହୋଇ

କୁନି ସୈନିକ ଆମେ ସମାଜ ଆମର କର୍ମଭୂଇଁ

ଲଗାଇ ଗଛ ଲତା ସକଳ ସ୍ଥାନରେ

ପ୍ରଦୂଷଣ ଶତ୍ରୁକୁ ଦେବା ଘଉଡାଇ

କିଏ କଣ କହିଲା ତାହା ପ୍ରତି ଆମର ନଜର ନାହିଁ

ମିଳିମିଶି କରିବା ଏହି ସଂଗ୍ରାମ

ହସିଉଠିବ ସବୁ ସହର ଗ୍ରାମ

ପାଥେୟ ହେବ ଗୁରୁଜନଙ୍କ ଉପଦେଶ

ଦେଖାଇଯିଵା ଆମ ବଳ ସାହସ

ନିର୍ଭୀକତା ହେଉ ଆମ ପାଥେୟ

ଦେଶ ଆମର ହେବ ଅଜେୟ

ଏ ସଂକଳ୍ପ ପିଲାବେଳୁ ନେବା

ମୃତ୍ୟୁ ପ୍ରଯନ୍ତ ବଞ୍ଚେଇ ରଖିବା

କରିଯିବା ପ୍ରୟାସକୁ ଏକ ଆନ୍ଦୋଳନ

ଫୁଟାଇ ଦେବା ସମସ୍ତଙ୍କ ଠାରେ ଏ ପରିବର୍ତ୍ତନ

ପିତାମାତା ଗୁରୁଜନ ଙ୍କ ବାଣୀ ହେବ ସଫଳ

ଆମର ପରିଶ୍ରମ ଧରିବ ଫଳ ।


Rate this content
Log in

Similar oriya poem from Inspirational