Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଫୁଲୁରି ତେଲ

ଫୁଲୁରି ତେଲ

1 min
318


ତେଲ ସହିତ ମିଶେ ଫୁଲ

ନାମ ହୁଏ ଫୁଲୁରି ତେଲ।

ଆୟୁର୍ବେଦୀୟ ଭରା ଗୁଣ

ଯନ୍ତ୍ରଣା କରେ ଉଣା ଜାଣ।

ମହାପ୍ରଭୁଙ୍କୁ ହୁଏ ଲାଗି

ଉଣା କରଇ ଜ୍ବର ବ୍ୟାଧି।।


ପତିତେ ଦେବାକୁ ଦର୍ଶନ

ପ୍ରଭୁ କରନ୍ତି ଦିବ୍ୟ ସ୍ନାନ।

ଅତୁଠ ପାଣିରେ ଗାଧାନ୍ତି

ଗାଧୋଇ ଜ୍ବରରେ ପଡନ୍ତି।

ଅଣସର ଘରେ ରୁହନ୍ତି

ରୋଗେ କଲବଲ ହୁଅନ୍ତି।।


ଜରରେ ପ୍ରଭୁ କଲବଲ

ଘଷା ହୁଏ ଫୁଲୁରି ତେଲ।

ବଡ ଓଡ଼ିଆ ମଠୁ ଆସେ

ମହମହ ମହକି ବାସେ ।

ବର୍ଷକ ତଳୁ ତା ପ୍ରସ୍ତୁତି

ପ୍ରସ୍ତୁତି ତାର ଗୁପ୍ତ ନୀତି।।


ଘଣାରେ ପେଡା ରାଶିତେଲ

ହୁଅଇ ଲୋଡା ଛଅ ସେର ।

ଯୁଇ,ଜାଇ,କିଆ,କେତକୀ

ଚମ୍ପା, ହେନା, ମଲ୍ଲି, ମାଳତୀ,

ତଉଦ ପ୍ରକାର ଫୁଲଟି

ରାଶିତେଲ ରେ ତ ମିଶେଟି।।


ଅଗରୁ କୃଷ୍ଣ ଭୋଗ ଧାନ

ବେଣାଚେର ବାସ ଚନ୍ଦନ,

ଆଦି ତେଲରେ ମିଶାଯାଏ 

ଯତନେ ସବୁ ଗୋଳାଯାଏ।

ଦୁଇଟି ଠେକିରେ ଭରିତ

ମୁହଁ କୁ ଯେ ବନ୍ଧାଯାଏ ତ ।।


ହେରାପଞ୍ଚମୀ ଦିନ ସେତ

ବଡ଼ ଓଡ଼ିଆ ମଠ ରେତ

ଗୁପତ ସ୍ଥାନରେ ଗୁପ୍ତରେ

ଠେକି ଙ୍କୁ ଯେ ପୋତାଯାଏରେ।

ମାଟି ତଳେ ବରଷେ କାଳ

ପୋତା ହୋଇ ରୁହେ ସେ ତେଲ।।


ବର୍ଷକ ପରେ ଶୁଭ ଦିନ

ଜ୍ୟେଷ୍ଠ ପୂର୍ଣ୍ଣମୀ ପୂର୍ବଦିନ 

ମାଟି ତଳୁ ଠେକି ବାହାରେ

ତେଲ ତହୁଁ ଛଣା ଯାଏରେ।

ଦୁଇଟି ବଡ କୋଡୁଆରେ

ଗୁପତରେ ରଖାଯାଏ ରେ ।।


ଆଷାଢ଼ କୃଷ୍ଣ ପଞ୍ଚମୀ ରେ

ମଧ୍ୟାହ୍ନ ଧୂପ ଶେଷ ପରେ,

ତେଲ ଭରା କୋଡୁଆ ଦୁଇ

ସେତ ପଶ୍ଚିମ ଦ୍ଵାର ଦେଇ

ଶ୍ରୀମନ୍ଦିର କୁ ଅଣାଯାଏ

ଗାରଦ ଘରେ ରଖାଯାଏ।।


ତେଲକୁ ପତି ମହାପାତ୍ରେ

ଢାଳି ତିନୋଟି ରୂପା ପାତ୍ରେ

ମନ୍ତ୍ର ଉଚ୍ଚାରଣ କରନ୍ତି

ତେଲଯେ ସଂସ୍କାର ହୁଅନ୍ତି।

ପ୍ରଭୁଙ୍କ ଉପଚାର ପାଇଁ

ପ୍ରସ୍ତୁତ ଏବେ ତେଲ ସେହି ।।


ଆଷାଢ଼ କୃଷ୍ଣ ପଞ୍ଚମୀ ରେ

ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଅଙ୍ଗ ରେ,

ଘଷା ହୁଏ ଫୁଲୁରି ତେଲ

ପ୍ରଭୁ ଯେ ହୋଇଥାନ୍ତି ଭଲ।

ଆସ୍ତେ ଆସ୍ତେ ସୁସ୍ଥ ହୁଅନ୍ତି

ଚକା ପରେ ଉଠି ବସନ୍ତି।।



Rate this content
Log in