ଫୁଲଟିଏ ମୁଁ
ଫୁଲଟିଏ ମୁଁ
ପୁଷ୍ପିତା ଲତା ଓ ତରୁ ଜୀବନର ମୁଁ ଏକ ଅପୂର୍ବ କାନ୍ତି
ଲାଜ ଲାଜ ହସେ ହସାଇ ଧରାକୁ ବାଂଟୁଛି ସୁଖ ଓ ଶାନ୍ତି l
ସଭିଏଁ କହନ୍ତି ଅଚଳ ଦୁନିଆ ଆଜି ଵିଜ୍ଞାପନ ବିନା
ରୂପ, ରସ,ଗନ୍ଧେ ଭରା ବୋଲି ମୁଁ ତ କାହାକୁ କେବେ କହେନା l
ପୂଜା ଘର ଠାରୁ ଶବାଧାର ଯାଏ ସବୁଠାରେ ହୁଏ ଲୋଡ଼ା
କାହାକୁ ନିଜର କରିବାକୁ ହେଲେ ଖୋଜାପଡେ ଫୁଲତୋଡ଼ା l
ସୃଷ୍ଟି ନୁହେଁ ମୋର ଏହି ସଂସାରରେ ଭୋଗ ଓ ବିଳାସ ପାଇଁ
ସଜାଇ, ହସାଇ ପରିବେଶକୁ ମୋ ନିଜକୁ ଦିଏ ହଜାଇ l
ପାଖୁଡ଼ାରୁ ଗୋଟେ ଝଡିଗଲେ ମୋର ସୁନ୍ଦରତା ହଜିଯାଏ
ଏକତାର ମନ୍ତ୍ର ଭୁଲିଲେ ମଣିଷ କେତେ ଦୁଃଖ , କଷ୍ଟ ପାଏ?
ପ୍ରତିଦାନ କେବେ ଚାହିଁନି କାହାଠୁ ମୋର ଅବଦାନ ପାଇଁ
ଅକୁଣ୍ଠିତ ଚିତ୍ତେ ବିତରେ ସୁବାସ ଧର୍ମେ ନିତି ମତି ଦେଇ l