ଫୁଲ ରାଜା
ଫୁଲ ରାଜା
1 min
170
କି କଳା ଭରିଛୁ କାଳିଆ ତୋ ଦେହେ..
କି ସଜ କରିବି କହ..!!
ଯେତେ ସଜେଇଲେ ମନ ନ ପୂରଇ..
ଲଗାଇ ଅଛୁ କି ମୋହ..!!
କଳା ରୂପ ଟିକେ ପାଇଛୁ ବୋଲି ତୁ..
ଫୁଲରେ ଦେଲି ସଜେଇ..!!
ଫୁଲର କି ଭାଗ୍ୟ..ଝଟକି ଗଲା ସେ..
ତୋ ପରଶ ଟିକେ ପାଇ..!!