STORYMIRROR

Jogindra Panda

Inspirational

3.4  

Jogindra Panda

Inspirational

ପହିଲି ପରଶ

ପହିଲି ପରଶ

1 min
249


ପହିଲି ପରଶ ପହିଲା ପ୍ରବେଶ 

ପ୍ରଥମ ପୀୟୁଶ ପଲ୍ଲବ ପ୍ରକାଶ। 


ପ୍ରତୀତ ପୂରୁବ ପ୍ରାଙ୍ଗଣେ ପ୍ରସ୍ତୁତ 

ପୃୃଥ୍ବୀ ପ୍ରତିନିଧି ପୁରୁଷ ପୌରୁଷ। 


ପରମ ପୁରାଣ ପୁରୁଷ ପ୍ରଧାନ 

ପ୍ରତ୍ଯୁତ୍ପନ୍ନମତିମୟତା ପ୍ରମାଣ। 


ପ୍ରାକ୍ ପ୍ରାରବ୍ଧାବଧି ପ୍ରମତ୍ତ ପ୍ରମାଣ 

ପ୍ରାୟୋଜିତ ପୁଂସବନୁ ପ୍ରକରଣ। 


ପୂୂର୍ବଜ ପିତୃପୁରୁଷ ପରିତ୍ରାଣ 

ପରହିତେ ପ୍ରାଣ ପବନ ପ୍ରଦାନ। 


ପ୍ରଖର ପ୍ରକୃତି ପ୍ରଶାନ୍ତ ପ୍ରକାରେ 

ପରିପୂର୍ଣ୍ଣ ପାଠଶାଳା ପାରାବାରେ। 


ପ୍ରେମନିଧି ପାକଶାଳୁଁ ପରଷଣ 

ପାନେ ପଲ୍ଲବିବ ପଲ୍ଲିଶ୍ରୀ ପୁଳିନ। 


ପ୍ରାଣୀ ପରାଣେ ପ୍ରତ୍ଯକ୍ଷେ ପରୀକ୍ଷିଣ 

ପ୍ରସାରିବ ପ୍ରଶିକ୍ଷିତ ପୁଣ୍ଯଧନ ।


ପ୍ଳାବିତ ପ୍ରଗାଢ଼ ପବିତ୍ର ପ୍ରସାଦ 

ପ୍ରାକୃତିକ ପ୍ରେମ ପ୍ରୀତି ପରଷିବ ।


ପରିବର୍ଜି ପରାପର ପରାଭବ 

ପୀୟୁଶ ପରଶେ ପୂର୍ଣ୍ଣ ପ୍ରକାଶିବ ।

         (2)<

/p>

ପହିଲି ପରଶ ପହିଲି ପରବ

ପ୍ରସାରଣେ ପୃଥ୍ବୀ ପୂର୍ଣ୍ଣା ପ୍ରକଟିବ ।


ପ୍ରାଚୀ ପୁରୋଭାଗେ ପ୍ରବଳ ପ୍ରମତ୍ତେ

ପ୍ରସାରୁଛି ପକ୍ଷ ପିକବର୍ଣ୍ଣା ପ୍ରାତେଃ ।


ପାଚେରୀ ପାର୍ଶ୍ବରେ ପୂଜ୍ଯା ପ୍ରାଣୀମାତା

ପାକଳ ପାଳ ପାକୁଳିରେ ପୁଲକିତା ।


ପୁରୁଷ ପ୍ରଧାନ ପ୍ରାଣୀଙ୍କି ପାଳନ୍ତି

ପହିଲି ପରଶ ପୀୟୁଶ ପିବାନ୍ତି ।


ପୂତ ପୟେ ପୂର୍ଣ୍ଣା ପୁଣ୍ଯା ପାରାବାର

ପ୍ରାଣୀ ପ୍ରାଣେ ପଞ୍ଚାମୃତ ପରକାର ।


ପ୍ରାଣୀ ହିତ ପାଇଁ ପ୍ରଥା ପରବଣ

ପୁରାଣ ପଣ୍ଡାଙ୍କ ପୁସ୍ତକ ପଠନ। 


ପରାତ୍ପର ପ୍ରଭୁ ପରମାତ୍ମା ପୁଣ

ପୟପୂର୍ଣ୍ଣ ପଙ୍କେ ପଙ୍କଜ ପାଳନ ।


ପଚିଶ ପ୍ରକୃତି ପିପାସା ପୀଡ଼ିତା

ପୁଷ୍ପରାଗ ପ୍ରାପ୍ତି ପଙ୍କିଳା ପୁଷ୍ପିତା ।


ପୁନଃ ପୂର୍ଣ୍ଣଛେଦ ପ୍ରାରବ୍ଧ ପ୍ରଦୋଷୁଁ

ପ୍ରକ୍ଷାଳନ୍ତି ପ୍ରାଣ ପବିତ୍ର ପ୍ରକାଶୁଁ।


ପହିଲି ପରଶ ପୃଷ୍ଠପୋଷକତା 

ପୁନର୍ଜନ୍ମ ପ୍ରାପ୍ତି ପ୍ରାଣୀ ପ୍ରତାଡ଼ିତା ।


ପରମ ପ୍ରେମ ପ୍ରୀତି ପ୍ରକାଶିବ

ପହିଲି ପରଶ ପହିଲି ପରବ ।

    


Rate this content
Log in

Similar oriya poem from Inspirational