ଫଗୁଣ...
ଫଗୁଣ...
ଫଗୁଣର ସେଇ ପ୍ରଥମ ସ୍ପର୍ଶ ଯେ..
କରିଦେଲା ଆନମନା..
ସ୍ପର୍ଶ ପରେ ତୁମେ କାହିଁ ଗଲ ସାଥି...
ସହି ହୁଏନା ଏ ବେଦନା
କ୍ଷଣ କ୍ଷଣ ବିତେ... ତୁମ ବିନା ସାଥି
ସତେ ବର୍ଷା ବିନା ମୟୂରୀ
ଏଇ ଫଗୁଣରେ..ଅପେକ୍ଷା କରିଛି
ଆସିଯାଅ ତୁମେ ଫେରି..
ମରୁଭୂମି ଏଇ ମନରେ ଯେ ମୋର
ଶ୍ରାବଣ ଫେରେଇ ଦିଅ...
ତୁମ ଅପେକ୍ଷାରେ ରହିଛି ରହିବି...
ଆଗମନ କେବେ କୁହ?