STORYMIRROR

Bijay Prusty

Romance

3  

Bijay Prusty

Romance

ଫଗୁଣ ଜହ୍ନରାତି

ଫଗୁଣ ଜହ୍ନରାତି

1 min
196


ଫଗୁଣ ଜହ୍ନରାତି

ବସନ୍ତ ବାଣ୍ଟୁଛି ଫୁଲର ସୁରଭି

ମଳୟ ବାଣ୍ଟୁଛି ବାସ

ତୁମପାଇଁ ସଖୀ ଫଗୁଣ ସୁନ୍ଦରୀ

ମୁହଁରେ ମାଖିଛି ହସ I

ମହକି ଯାଉଛି ଚଉଦିଗ ଏବେ

ମଳୟ ପରଶ ପାଇ 

ତୁମପାଇଁ ସଖୀ ଶୁଖିଲା ଗଛରେ

ବହୁଛି ସବୁଜ ନଈ I

କୃଷ୍ଣଚୂଡା କଳି ସଜେଇ ହେଉଛି

ନେଇ ତୁମ ଓଠ ନାଲି

ତୁମପାଇଁ ସଖୀ ରଙ୍ଗୀନ ଦିଶୁଛି

ବେଳାଭୂମି ସରୁବାଲି I

ତୁମେସଖୀ ମୋର ସପନ କେଦାରେ

ଚିତ୍ରିତ ପ୍ରଜାପତି

ତୁମପାଇଁ ସଖୀ ଫଗୁଣ ତା ଦେହେ 

ଆଙ୍କୁଛି ଜହ୍ନରାତି I

        


Rate this content
Log in

Similar oriya poem from Romance