Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Classics

4  

Sukadev Mahanta

Abstract Classics

ଫଗୁଣ ଆସିଛି ଫେରି

ଫଗୁଣ ଆସିଛି ଫେରି

1 min
391


ବାଗ୍ଦେବୀଙ୍କ ପୂଜାସାରି   ଫଗୁଣ ଆସିଛି ଫେରି

     ଧରାବକ୍ଷୁ ଶୀତ ଯାଇଛି ଅପସରି

ମୃଦୁ ମଳୟ ପବନ    ତୋଷେ ସର୍ବ ଜନମନ

    ବୃକ୍ଷରୁ ପରୁଣା ପତ୍ର ପଡଇ ଝରି

      କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ

ଜାଗର ଜାଳନ୍ତି ଭକ୍ତେ ଶିବ ମନ୍ଦିରେ ।


ଫଗୁଣ ଆସିଛି ଫେରି     ଆମ୍ବ ବଉଳକୁ ଧରି

    ବଉଳ ବାସରେ ଧରା ଉଠେ ମହକି

ନବ ଯଉବନା ବେଶେ    ଗ୍ରାମ ଗିରି ବନଦେଶେ

    କୋକିଳର ମଧୁ ତାନେ ନାଚେ ଛଟକି

     ହାତେ ସାତ ରଙ୍ଗ ଅବିର

  ସଭିଙ୍କୁ ରଙ୍ଗାଇ କରେ ଆତ୍ମ ବିଭୋର ।


ମଳୟ ପବନେ ଝୁଲି      ହସୁଅଛି ଖିଲିଖିଲି

    ନାନାଜାତି ନାନା ରଙ୍ଗ ଫୁଲ ଗଭାରେ

ବିମାନେ ଦୋଳ ଗୋବିନ୍ଦ   ଭକତ ମେଳେ ଆନନ୍ଦ

   ମେଲଣେ ଫଗୁ ଖେଳନ୍ତି ଆତ୍ମ ବିଭୋରେ

     ଦୋଳ ଯାତରାରେ ମଗନ

 ଗଗନେ ପବନେ 'ହରେ କୃଷ୍ଣ' ଗାୟନ ।


ଫୁଲ ନାରଙ୍ଗୀ ରଙ୍ଗର    ପଳାଶ ଦିଶେ ସୁନ୍ଦର 

       ପ୍ରାଣେ ଅପୂର୍ବ ଆନନ୍ଦ କରେ ସଞ୍ଚାର

ଶିମିଳୀ ବୃକ୍ଷ ଶାଖାରେ    ନାଲି ରଙ୍ଗର ଫୁଲରେ 

   ସଜାଇ ହୋଇ ଫଗୁଣ ଦିଶେ ସୁନ୍ଦର

     ମୃଗ ମୃଗୁଣୀର ଶୃଙ୍ଗାର

ମଳୟର ମଧୁ ଗନ୍ଧେ ନାଚେ ଭ୍ରମର ।


ଆମ୍ର ବୃକ୍ଷେ ଆମ୍ବ କସି     ମଲ୍ଲୀ ହସେ ଖିଲିଖିଲି

      ରଜନୀ ଗନ୍ଧା ଗଭାରେ ଖୋସି ଫଗୁଣ

ନିରବି ଥିବା କୋଇଲି    ଫଗୁଣ ଫେରିଛି ବୋଲି

    ଫେରି ପାଇ ତାର ସୁର କରେ ଗାୟନ

     ଫଗୁଣର ସ୍ବାଗତ ଗାନ

ମନ ମୋହେ କୋଇଲିର ପଞ୍ଚମ ତାନ ।


ଫଗୁଣ ଆସିଛି ଫେରି    ପଲ୍ଲୀରେ ଅଷ୍ଟ ପ୍ରହରୀ 

     ' ହରେ କୃଷ୍ଣ ହରେ ରାମ 'ତୁଣ୍ଡେ ସବୁରି

ଭକ୍ତିପୂତ ପରିବେଶ       ସବୁରି ମୁଖରେ ହସ

     ଝୁଲି ନାଚୁଛନ୍ତି କୃଷ୍ଣ ନାମକୁ ଧରି

      ହେନା ମହୁଲ ଫୁଲ ବାସ

ଆମ୍ବ ବଉଳ ବାସେ ଚହଟେ ଚୌପାଶ ।


ଫଗୁଣ ଆସିଛି ଫେରି     ସୁନାରୀ ଫୁଲକୁ ଧରି

    ଅପୂର୍ବ  ଦିଶଇ ସୁନାଚାମର ପରି

ସବୁଜ ବୃକ୍ଷର ଡାଳେ     ହଳଦୀବସନ୍ତ ଖେଳେ

     ତା ହଳଦୀ ରଙ୍ଗ ନିଏ ମନକୁ ହରି

      କୋଇଲିର ପଞ୍ଚମ ତାନ

    ବଖାଣଇ ଫଗୁଣର ସର୍ବ ସୁଗୁଣ ।


ଫଗୁଣ ଆସିଛି ଫେରି    ଆନନ୍ଦ ମନେ ସବୁରି

    ଆତ୍ମହରା ଫଗୁଣର ମଧୁରାସରେ 

 ଚତୁର୍ଦ୍ଦିଗ ମନୋହର      ଦୃଶ୍ୟେ ପ୍ରୀତ ହରି ହର

    ମହ ମହ ବାସେ ନବ ପୁଷ୍ପ ବାସରେ

       ଆତ୍ମହରା ହୋଇ ଭ୍ରମର

ଫୁଲେ ଫୁଲେ ବସି ହୁଏ ଆତ୍ମ ବିଭୋର ।     


Rate this content
Log in

Similar oriya poem from Abstract