Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Abstract Tragedy Fantasy

3  

Tapaswini DashSarangi

Abstract Tragedy Fantasy

ଫେରାଇଦିଅ ସେ....

ଫେରାଇଦିଅ ସେ....

1 min
213


ଫେରାଇ ଦିଅ ସେ ତନ୍ଦ୍ରାକୁ ମୋହର

ବନ୍ଧକ ଯେ ତୁମ ପାଶେ

ପଲକ ମୋର ଅନେଇ ବସିଛି

ବାନ୍ଧିବ ତା' ପ୍ରେମ ଫାଶେ।

ଫେରାଇ ଦିଅ ସେ ପ୍ରତୀକ୍ଷା ଦିବସ

ତୁମ ଅପେକ୍ଷାରେ ଥିଲି

କାଟିବି ସେ କାଳ ସ୍ଵଇଚ୍ଛାରେ କିଛି

ଯାହା ଥିଲା ଚୋରାବାଲି।

ଫେରାଇ ଦିଅ ମୋ ସପନ ନଗର

ଗଢିଥିଲି ତୁମ ପାଇଁ

ସେ ନଗରୀ ଏବେ ଦରଭଙ୍ଗା ସମ

ରହିଛି କାହାକୁ ଚାହିଁ।

ଫେରାଇ ଦିଅ ମୋ ଭରସା ବିହଙ୍ଗ

ପୋଷିଥିଲି ତୁମ ପାଇଁ

ମୁକ୍ତ କରିଦେବି ପିଞ୍ଜରା ଭିତରୁ

ଗଗନେ ଉଡିବ ଯାଇ।


   


Rate this content
Log in

Similar oriya poem from Abstract