The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

PRASANTA KUMAR MAHAPATRA

Romance

3.7  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା

ପଦଟିଏ ତୋ ନାଁରେ ପ୍ରିୟା

1 min
40


ତୁମ ପାଇଁ ଭଲ ଲାଗେ କଲେଜ ବାରଣ୍ଡା 

ତୁମେ ପାଇଁ ଭଲ ପାଏ ମୁଁ କେମେଷ୍ଟ୍ରି ଲାବ 

ଏମୋନିଆ ଗ୍ୟାସ ଗନ୍ଧେ ପାଏ ମୁଁ ପରମାନନ୍ଦ 

କେବଳ ତୁମେ ସାଥିରେ ଥାଅ ବୋଲି ପ୍ରିୟା I 


ତୁମ ପାଇଁ ଭଲ ପାଏ କଲେଜ କ୍ୟାଣ୍ଟିନ 

ତୁମ ପାଇଁ ଭଲ ପାଏ ସାଇକେଲ ଷ୍ଟାଣ୍ଡ 

ଝର୍କା ଖୋଲି ଅହରହ ଅନାଇ ମୁଁ ବସିଥାଏ 

କେବଳ ତୁମେ ସେ ବାଟେ ଯାଅ ବୋଲି ପ୍ରିୟା I



ତୁମ ପାଇଁ ଭଲ ପାଏ ତୁମ ଘର ରାସ୍ତା 

ତୁମ ପାଇଁ ଭଲ ପାଏ ଆଗ ଧାଡି ସିଟ 

କ୍ଲାସ ପାଇଁ ଯେଉଁଠାରେ ସବୁବେଳେ ତୁମେ ବସ 

କାରଣ ତୁମରି ବାସ୍ନା ଥାଏ ସେଠି ପ୍ରିୟା I


Rate this content
Log in