Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Others

1.3  

Sadananda Sahoo

Others

ପବିତ୍ର ଶ୍ରୀରାମ ନବମୀ

ପବିତ୍ର ଶ୍ରୀରାମ ନବମୀ

2 mins
543


ତ୍ରେତୟା ତନ୍ମୟା କୌଶଲ୍ୟା ବିସ୍ମୟା

ମାତୃ ରୂପେ ମହନୀୟା ,

ପ୍ରଭୁ ଶ୍ରୀରାମଙ୍କ ଜନ୍ମଦାତ୍ରୀ ମାତ

ଯୁଗଶ୍ରେଷ୍ଠା ବନ୍ଦନୀୟା ।

ଚୈତ୍ର ଶୁକ୍ଳପକ୍ଷେ ନବମୀ ତିଥିରେ

ଜନମିଲେ ରଘୁଵୀର ,

ରାମ ନାମ ଶବ୍ଦ ହେଲା ଉଦ୍ଭାସିତ

ସୁନାମ ଏ'ଭାରତର ୲ ୲

ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ର ଶ୍ରେଷ୍ଠ

ପ୍ରଜାବତ୍ସଳ ନରେଶ ,

ସର୍ବ ସମର୍ପଣେ ଥିଲେ ସେ'ଉତ୍କର୍ଷେ

ନଥିଲାତ' ଅବଶୋଷ ।

ଭାତୃସ୍ନେହ ପ୍ରେମୀ ଚେତନା ସରାଗି

ଆଦର୍ଶରେ ଆଦର୍ଶିତ ,

ପିତୃସତ୍ୟ ପାଳି ହେଲେ ବନବାସୀ

ରଘୁବଂଶ ଧର୍ମସୁତ ।

ଲୋଭମାୟା ହିଂସା ନଥିଲାତ' ଜମା

ଉଦାର ହୃଦୟ ଚିତ୍ତ ,

ପ୍ରଜା ବାତ୍ସଲ୍ୟତା ଭରି ରହିଥିଲା

ଧର୍ମ ଥିଲା ବଡ଼ ବିତ୍ତ ।

ଭାରତୀୟ ଶାସ୍ତ୍ରେ ରାମାୟଣ ମନ୍ତ୍ରେ

ରାମ ନାମ ଅଭିଷିକ୍ତ ,

ମାନବ ରୂପରେ ପ୍ରଭୁ ଅବତାରେ

ତ୍ରେତୟାରେ ଉପଯୁକ୍ତ ।

ପୁରପଲ୍ଲୀ ଆଜି ଉତ୍ସବ ମୁଖର

ପାଳୁଛି ରାମ ନବମୀ ,

ଭକ୍ତି ଅର୍ଘ୍ୟ ଶୌର୍ଯ୍ୟ ରାମନାମ ସତ୍ୟ

ନମଃନମଃ ଅନ୍ତର୍ଯ୍ଯାମୀ ।

ହେ'ପ୍ରାଣବନ୍ତ ଦଶରଥ ସୁତ

ସୂର୍ଯ୍ୟବଂଶି ମହାରାଜା

ଧରାବତରଣ କରହେ' ରମଣ

ସରାଗେ ଖୋଜୁଛି ପ୍ରଜା ।

ଭକ୍ତି ନୈବେଦ୍ୟର ଅପୂର୍ବ ସଂଯୋଗ

ଭାରତୀୟ ଭାଵ ଧାରା ,

ପ୍ରଭୁ ଶ୍ରୀରାମଙ୍କ ଶୁଭ ଜନ୍ମଦିନ

ମହକୁଛି ଧରା ସାରା ।

ମର୍ଯ୍ୟଦା ପୁରୁଷ ଦିଅହେ' ଆଶିଷ

ବ୍ୟଭିଚାର ହେଉ ଲୁପ୍ତ ,

ଅନ୍ୟାୟ ଅନୀତି ଯାଉ ଅପସରି

ସୁଖଭୋଗ ହେଉ ପ୍ରାପ୍ତ ।

ପୁଣି ଆଉଥରେ ଆସହେ' ମରତେ

ରାମ ରାଜ୍ଯ ଫେରିଆସୁ ,

ରାମ ନାମ ଗାଇ ଯିବୁ ସର୍ବେ ତରୀ

ଝରିବନି ଆଉ ଅଶ୍ରୁ ।

ସଦାନନ୍ଦ ସାହୁ , କାରା କର୍ମଚାରୀ

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର


Rate this content
Log in