ପବିତ୍ର ଅମୃତ ମହୋତ୍ସବ
ପବିତ୍ର ଅମୃତ ମହୋତ୍ସବ
1 min
381
ପବିତ୍ର ଅମୃତ ମହୋତ୍ସବ
ଶାନ୍ତି ସଙ୍ଘତି ର ପ୍ରତିବିମ୍ବ ।
ତ୍ରିରଙ୍ଗା ଉଡ଼ଇ ଘରେଘରେ
ନବ ଉନ୍ମାଦନା ମନେ ଭରେ।
ତ୍ରିରଙ୍ଗା ଆମର ଗଉରବ
ଉଡ଼ାଇ ଆକାଶେ କରୁ ଗର୍ବ ।
ଜନ ଗଣ ମନ ଗୀତ ବୋଲି
ଦେଶ ପ୍ରେମ୍ ବହ୍ନି ଦେଉ ଜାଳି ।
ଆମରି ଏକତା ଦେଶ ଭକ୍ତି
ଦେଶ ମାଟିରେ ଏ ବଡ ଶକ୍ତି ।
ତ୍ରିରଙ୍ଗା ର ଆମ ତିନି ରଙ୍ଗ
ଶାନ୍ତି ସଦ୍ଭାବନା ସହଯୋଗ ।
ଧର୍ମ ନିରପେକ୍ଷ ସାର୍ବଭୌମ
ମାତୃଭୂମି ସେବା ଦେଶପ୍ରେମ ।
ପତାକା ମଝିରେ ଚକ୍ର ଅଛି
ପ୍ରଗତି ର କଥା ବଖାଣୁଛି ।
ସମ୍ପ୍ରିତି ଆମର ମୂଳ ମନ୍ତ୍ର
ସଫଳ ଆମରି ଗଣତନ୍ତ୍ର ।
ସୁଖ ସମୃଦ୍ଧି ର ଜୟ ଭେରୀ
ଆନନ୍ଦରେ ପ୍ରାଣ ଯାଏ ଭରି ।
