Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

4  

Santosh Pattnayak

Others

ପୌରୁଷ

ପୌରୁଷ

1 min
379


ପୌରୁଷ ଅଟଇ ଯେ ସାହାସିକତା 

    ଦମ୍ଭଭରା ସ୍ବାଭିମାନ 

ଯାହାର ଆୟତ୍ତେ ପୁରୁଷ ଲଭଇ 

    ଯଶୋବନ୍ତ ବଳୀୟାନ l


ପାଣ୍ଡବ, ଅର୍ଜୁନ ଶ୍ରୀକୃଷ୍ଣ ଓ ରାମ 

     ଅଟନ୍ତି ମହାନୁଭବ 

ଥିଲା ଯାଏଁ ମହୀ  ଥିବ ଗୁୁୁୁୁଣଗାନ

    ଧନ୍ୟ ସେ ବୀର ପୁୁୁଙ୍ଗବ l


ସାହିତ୍ୟ କୃତୀରେ  ଉପେନ୍ଦ୍ର ଭଞ୍ଜଙ୍କ 

     ଅଛଇ ପୌରୁଷ ପଣ 

କବିିିସୂର୍ଯ୍ଯ ସାଥେ   ଉତ୍କଳଘଣ୍ଟ ଙ୍କ 

     ଅସଂଖ୍ୟ କୃତୀ ପ୍ରମାଣ l


ପାରଳା ନରେଶ  ଆଉ ମଧୁୁବାବୁ

    ଜାତି ସୁୁୁରକ୍ଷା ପୌରୁଷ 

ବଳୀଦାନ ପାଇଁ  ଚକରା ଓ ବାଜି 

     ନିିିଶ୍ଚିତ ଉଦ୍ବୋଧ ଘୋଷ l


ଧନ୍ୟ ଏ ପୌରୁଷ  ସ୍ବର୍ଗ ସମ ସୁଖ 

    ଜଗତେ ଅଛି ବୈଶିଷ୍ଟ୍ୟ 

ଗ୍ରହଣେ ମାନବ ଚିିର ସ୍ମରଣୀୟ 

     ହେଉ ଶୁୁୁଦ୍ର ଅବା ବୈଷ୍ୟ ll

      


Rate this content
Log in