Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Others

4.5  

Bijaya Kumar Swain

Others

ପାରି କର ଆହେ ଦୟାମୟ

ପାରି କର ଆହେ ଦୟାମୟ

1 min
371



ଦେବଙ୍କର ଦେବ ଆହେ ଦୟାମୟ

ପାରିକର ପାରିକର

ତୁମେ ସତ୍ୟ ଶିବ ସୁନ୍ଦର ହେ ଦେବ

ତୁମେ ହିଁ ସଂସାରେ ସାର

ହେ ପ୍ରଭୁ ତ୍ରିଶୂଳ ଧର।


ଶିବ ପଞ୍ଚାକ୍ଷର ଓଁ ନମଃ ଶିବାୟ

ରସନା ରେ ରଟୁ ଥିଲେ

ଷଡ଼ ରିପୁ ପୁଣି ତ୍ରୟ ତାପ ଭୟ

ଦୂରେଇ ଯାଏ ଟି ଭଲେ

ସବୁ ମିଛ ଏଠି ତୁମେ ଏକା ସତ୍ୟ

ତୁମେ ହେ ଭୋଳା ଶଙ୍କର।

ହେ ପ୍ରଭୁ ତ୍ରିଶୂଳ ଧର.....


ଶମଶାନ ଚାରୀ ଦେଵ ତ୍ରିପୁରାରୀ

ତୁମେ ପ୍ରଭୁ ଆଶୁତୋଷ

ତୁମ ନାମ ନେଲେ ବିତେ ଦିନ ଭଲେ

ଦୂର ହୁଏ ଅବଶୋଷ

ହେ ଚନ୍ଦ୍ରଶେଖର ନିବେଦନ ମୋର

ଏ ଭବୁଁ ଉଦ୍ଧାର କର।

ହେ ପ୍ରଭୁ ତ୍ରିଶୂଳ ଧର......



Rate this content
Log in