Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gayatri Singh

Classics Inspirational Others

3  

Gayatri Singh

Classics Inspirational Others

ପାର୍ବଣର ବେଳା

ପାର୍ବଣର ବେଳା

1 min
177



  କା' ଆଗମନେ ଏତେ ଚଳଚଂଚଳ 

କାହା ପରଶେ ଧରଣୀ ହସୁଛି 

 ମେଘଟା ବି ଟିକେ ବରଷି କହୁଛି

     ତୁମ ସ୍ୱାଗତେ ମୁଁ ଆସି ଯାଇଛି ।


 ନଦୀପଠା ଆଉ ବିଲ ହୁଡା ପରେ 

     କାଶତଣ୍ଡି ମୁକସାକ୍ଷୀ ହୋଇ ରହିଛି 

 ପାର୍ବଣର ବେଳା ଉପନୀତ ଏ'ତ 

     ଶିଶିର ଟୋପା ବି କହୁଛି ।


 ପିତୃତର୍ପଣ ଗୃହବଧୁ ସାରି

      ଦୁର୍ଗା ଆବାହନ କରୁଛି 

 ଯା ଦେବୀ ସର୍ବ ଭୁତେଷୁ ଓଁ କାରେ 

      ଚତୁର୍ଦିଗ ପ୍ରକମ୍ପିତ ହେଉଛି । 


 କରୁଣାମୟୀ କରୁଣାରୁ କାଣିଚାଏ ମିଳିଗଲେ

      ଏ ଜୀବନ ହେବ ଧନ୍ୟ

 ଜଗତ କଲ୍ୟାଣ ନିମିତ୍ତ ଭୋ ମାତଃ 

      ଶ୍ରୀ ଚରଣେ ଜଣାଏ ଶ୍ରଦ୍ଧା ସୁମନ । 


 ଫେଡବାରେ ଦୁଃଖ ଜଗତ ଜନନୀ

      କରୁଣ କଣ୍ଠରେ ଡାକେ 

 ମୋ ଜ୍ଞାନ୍ତି ପରିଜନ ସର୍ବସୁଖେ ଥାନ୍ତୁ 

       ସଦା ଥାଅ ତାଙ୍କ ପାଖେ ।


Rate this content
Log in