Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

3  

Pratima Satpathy

Classics

ପାର୍ବଣେ ନବ ଦୁର୍ଗା.

ପାର୍ବଣେ ନବ ଦୁର୍ଗା.

1 min
159



କର ଆହେ ସୁଧିଜନ ବୃତ୍ତେ


ଭାଦ୍ରବ ସରି ଯାଇଛି,

       ଆଶ୍ୱିନ ମାସ ଆସିଛି

ଅପରୂପ ଶୋଭା ରେ ମଣ୍ଡିତ ଧରଣୀ

ମାଆ ନବ ଦୁର୍ଗାଙ୍କର,

         ହୋଇବ ଧରାବତାର 

ଆନନ୍ଦ ମନରେ ହସେ ପ୍ରକୃତି ରାଣୀ

     କି ସୁନ୍ଦର ରୂପ ଲାବଣ୍ୟ

ଦେଖିଣ ଜନ ସମାଜ ଆନନ୍ଦେ ମଗ୍ନ ।


ନାନା ଜାତି ଫୁଲ ଫୁଟି,

      ବାସନା ଯାଏ ଚହଟି

ଦେଖି ଉଲ୍ଲସିତ ହୁଏ ଭ୍ରମର ମନ

ଏ ଫୁଲୁ ସେ ଫୁଲେ ଉଡ଼ି,

       ଆନନ୍ଦ ସାଗରେ ବୁଡ଼ି

ବିଭୋର ହୋଇ କରିବ ସେ ମଧୁପାନ

ହଳଦି ବସନ୍ତ ଟି ଗାଏ

ଝିଙ୍କାରି ମଙ୍ଗଳ ମହୁରୀ କୁ ବଜାଏ ।


କୁମ୍ଭାଟିଆ ପକ୍ଷୀ ଦେଖ,

     ଗାଉ ଅଛି ମାଙ୍ଗଳିକ

ଚାରୁ ସୁଷମା ରେ ହସୁ ଅଛି ଜଗତ

କେଶରୀ ବାହନେ ମାତା,

       ହୋଇ କରି ଆବିର୍ଭୂତା

ନାଶ କରିବେ ଦୁର୍ଗତି ହୋଇଣ ପ୍ରୀତ

   ଘଣ୍ଟା, ଶଙ୍ଖ ଓ ହୁଳହୁଳି

ଶବଦେ ଧରଣୀ ରାଣୀ ଯିବ ଉଚ୍ଛୁଳି ।


ଆସ ମାଗୋ ଭଗବତୀ,

    ଧରି ଖଡ୍ଗ, ଖର୍ପର, କାତି

ଦୁଷ୍ଟ ମହିଷାସୁର ଙ୍କୁ କର ନିଧନ

ଶୁମ୍ଭ, ନିଶୁମ୍ଭ ଓ ଚଣ୍ଡ,

       ମୁଣ୍ଡ, ରକ୍ତବୀର୍ଯ୍ୟ ଜାଣ

ନରରୁପି ରାକ୍ଷସଙ୍କ ରକ୍ତ ଶୋଷଣ

   କରି କର ଧରା ଉଶ୍ୱାସ

ତୋର ଭକ୍ତ ମାରିବେ ଶାନ୍ତିରେ ନିଶ୍ୱାସ ।



Rate this content
Log in

Similar oriya poem from Classics