Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Others

3  

Ranjita Das

Others

ପାର୍ବଣ ଋତୁ

ପାର୍ବଣ ଋତୁ

1 min
319


ଆଷାଢ଼ ଗଲା, ଶ୍ରାବଣ ଗଲା

ଭାଦ୍ରଵ ଯାଇ, ଆଶ୍ୱିନ ପଦାର୍ପିଲା…

ବିଘ୍ନକର୍ତ୍ତା ବିଘ୍ନେଶଙ୍କ ଆଗମନରେ

ପାର୍ବଣର ଋତୁ ଆସି ପହଞ୍ଚିଲା ॥


ଶରତର ଆଗମନେ

ନିର୍ମଳ ମେଘମାଳ ଦିଶେ ଗଗନେ,…

ଶରଦର ଛୁଆଁରେ

ତୋଫା ଜହ୍ନ ଦିଶେ ସପନେ ॥

ଭଲିକି ରଙ୍ଗର ରଙ୍ଗଣୀ ସାଙ୍ଗକୁ 

କାଶତଣ୍ଡୀ ବଢାଏ ଶୋଭା ଭୁବନେ ॥


ବଗିଚା ବାଡ଼ି, ରାସ୍ତା ଘାଟ

ନଈ ପଠା, ବିଲ ପାଟ

ଚାରିଆଡ ଖିଲି ଖିଲି 

ହସି ଉଠେ ॥

ରଙ୍ଗଣୀ, କାଠଚମ୍ପା,

ଗଙ୍ଗଶିଉଳିର ମହକେ,

ଚାରିଦିଗ ଫୁଲିଉଠେ ॥


ନୂଆଁଖାଇ ଗଲା,

ଖୁଦ ରଙ୍କୁଣିଙ୍କ ପୂଜା ଗଲା

ଆଶ୍ୱିନ ଧକେଇ ପଶି

ଶରଦର ଆଭାସ ଦେଲା ॥

ପାର୍ବଣର ଋତୁ "ଶରଦ"

ଦଶଭୂଜା ମା' ଆସିବେ ବୋଲି

ଆଣିଲା ସେ ସୁସମ୍ବାଦ ॥


Rate this content
Log in