ପାପ ପୁଣ୍ୟ
ପାପ ପୁଣ୍ୟ
ନାସ୍ତିକ ଆସ୍ତିକ ଦୁଇ ପନ୍ଥା,
ଭିନ୍ନ ଭିନ୍ନ କର୍ମ ଆଦରି,
ମନ ଓ ବିବେକ ଦୋ ଛକି ରେ ନିଷ୍ପତ୍ତି ମାର୍ଗ
ଆଗାମୀ ଜୀବ ସଂଚାର ନିଜେ ଆଦରି।
ଜୀବନ ଡଙ୍ଗା ରେ ବିଚରଣ ହେତୁ
ସୁକର୍ମ କୁକର୍ମ ଦୁଇଟି ରାସ୍ତା,
ବ୍ରହ୍ମ ବୃକ୍ଷ ରୁ ବିଚ୍ଛିନ୍ନ ହୋଇ ପୁଣି
ବ୍ରହ୍ମ ରେ ଲିନ ହୋଇବା ଜିଜ୍ଞାସା...।
ଓଲଟ ବୃକ୍ଷେ ଲୋଟଣି ପାରା,
ପୁରା ଜୀବନ ବିକର୍ମ/କର୍ମ ପୁଞ୍ଜି,
ସହ ସହଜେ ଫେରିବା
ଦିଏ ନା ଧରା....।
ଚିତା ଚୈତନ୍ୟ ଲାଲା ଟେ ମାଖୀ,
ମଠ ମନ୍ଦିରରେ ଅରୁଆ ଭକ୍ଷୀ,
ସଡ ରିପୁ ର କବଳେ ରହି,
ବୋଲାଏ ସାଧୁ ଶୁଦ୍ଧି ଜନ ସେହି...।
ଲୋଭ ମୋହ ମାୟା ବାସନା ଚିନ୍ତା
ପାପପୁଣ୍ୟ ରେ ଲଗାଇ ଚିତା,
ମହନ୍ତ ବୋଲାଇ ଧର୍ମ ନାଆଁ ରେ ରକ୍ଷକ ସତ୍ତା,
ଅଧର୍ମ ଜେତକ ସେଠି ସାଇତା....।
ଗୋଇଠା ମାରି ବିଷ୍ଣୁ
ପୂଜନ,
କଳି ର ମାନବ ଅର୍ଜେ
ପାପ ପୁଣ୍ୟ....l
ବାପା ମା ପରା ଚଳନ୍ତି ଠାକୁର,
ନିବାସ ହେଉଛି ଜରାଶ୍ରମ ର,
କାମିନୀ କାଞ୍ଚନ ମୋହେ ବାଇଆ,
ଜନ୍ମିତ ପୁତ୍ର ହୋଇ ଗଲା ପରେ ସ୍ତ୍ରୀ ର ।
ମା ବେଦନା ଅନ୍ତର କୋହ,
ତଥାପି ମାନସେ ଶୁଭ
ପୁଅର ଚାପି ତା ଆଖିର ଲୁହ ।
ପାପ ପୁଣ୍ୟ ଏଠି କୁଆଡେ ଯାଏ?
ଧରମ ବାଟ ରେ ଏ ସବୁ ନଗଣ୍ୟ ହୁଏ....।
ଆସ୍ତିକ ଚେତନା ଧରମ ବାଟେ ହୁଏ
ପୁଣ୍ୟ ଧାମେ ଅଗ୍ରଗାମୀ,
ନାସ୍ତିକ ଭାବନା ହୋଇ ରୁଗଣା
ପାପ ମାର୍ଗେ ଯାଏ ପ୍ରଶସ୍ତି ପୁଣି.....।