ପାଣି କାଚମଥାରେ ତାର ସରୁ ଓଢ଼ଣୀ
ପାଣି କାଚମଥାରେ ତାର ସରୁ ଓଢ଼ଣୀ
ମଥାରେ ତାର ସରୁ ଓଢ଼ଣୀ
ସିନ୍ଦୂର ଟିପାଟିଏ
ହାତରେ ପିନ୍ଧେ ପାଣି କାଚକୁ
ମୋହର ମା ସିଏ।
ରାଗିଚୁ କେତେ ରୁଷିଛୁ କେତେ
କରିଛୁ କେତେ ଅଳି
ସହିଛି ସବୁ ଅଝଟ ମୋର
ଦେଇନି କେବେ ଗାଳି।
ଏ ପିଣ୍ଡେ ପ୍ରାଣ ଗଢ଼ିଛି ସିଏ
ଜୀବନ ସାଥି ଟିଏ।
ତାର ପଣତେ ମୋ ଧୂଳି ଯେତେ
ଦେହରୁ ଦିଏ ଝାଡି
କେତେ ସରାଗେ କୋଳେଇ ନିଏ
ଶୋଇଲେ ମୁହଁ ମାଡ଼ି।
ସକାଳୁ ସଞ୍ଜ ତା କଥା ଭାବି
ଲୁହେ ମୁଁ ମୁଁହ ଧୁଏ
ଯାଇଛି ହଜି ଅନେକ ଦୂର
ଫେରିବନି ସେ ଆଉ।
ରଖିଛି ଖୋଲି ହୄଦୟ ଦ୍ୱାର
ଫେରିବକି ସେ ଆଉ
ଅତୀତ କୋଳୁ ସାଉଁଟି ସ୍ମୃତି
ତା ପାଇଁ ଗୀତ ଗିଏ।