ପାଇକ ପୁଅ
ପାଇକ ପୁଅ
ଓଡିଶା ମାଟିରେ ଜନମ ମୋହର
ଲଢୁଆ ବୀର ମୁହିଁ,
ନାହିଁ ମୋ ଡ଼ର ନାହିଁ ମୋ ଭୟ
ପାଇକ ପୁଅ ଭାଇ,
ଲେଖା ଯେ ଇତିହାସ
ହାରିବା ନାହିଁ ଜାତକେ ଆମ
ମୁଣ୍ଡ ନୋଇଁବୁ ନାହିଁ
ପାଇକ ପୁଅ ମୁହିଁ ।
ବିଦେଶୀ ଆସିଣ କବଜା କରିଲେ
ଛଳବଳ କପଟରେ,
କଷଣ ଯେ ଦେଲେ ଶୋଷଣ ସେ କଲେ
ପୁଣି ଶାସକ ପଣରେ,
ହୋଇଥିଲା ଯେ ଅସହ୍ୟ
ଲଢାଇ କରିଲୁ ଜୀବନକୁ ଦେଇ
ଲେଖା ଅଛି ସବୁଠାରେ ।
ମାର୍ଚ୍ଚ ଅଣତ୍ରିଶ ଅଠରଶ ସତର
ମସିହାର ଆନ୍ଦୋଳନ ,
ପାଇକ ବିଦ୍ରୋହ ଦେଶର ପ୍ରଥମ
ସ୍ୱାଧୀନତାର ସଂଗ୍ରାମ,
ଘୁମୁସରରୁ ବାଣପୁର
ଇଂରେଜ ଶାସନ ବିରୁ୍ଦ୍ଧରେ ଏକ
ପାଇକଙ୍କ ଆନ୍ଦୋଳନ ।
ପାଇକ, ରୟତ, ଜମିଦାର ସହ
ଦଳବେହେରା ସମସ୍ତେ,
ଇଂରେଜ ସରକାର ଆର୍ଥିକ ଶୋଷଣ
ସ୍ୱରୋତ୍ତୋଳନ ବିରୁଦ୍ଧେ,
ପାଇକ ଜାତିର ଗୌରବ
ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ
ହେଲା ଅୟମାରମ୍ଭ ।
ସଂଗ୍ରାମୀ ବୀର ବକ୍ସି ଜଗବନ୍ଧୁ
ବିଦ୍ୟାଧର ମହାପାତ୍ର ,
ଭ୍ରମରବର ରାୟ ନେତୃତ୍ୱ ନେଲେ
ସ୍ବାଧୀନତା ଲଢେ଼ଇର,
ସେନାପତି ଖୋରଧାର
କଠୋର ଦମନ ବକ୍ସିଙ୍କ ବୀରତ୍ୱ
ସଂଗ୍ରାମ ଦୀର୍ଘଦିନର ।
କରୁଣାକର ସର୍ଦ୍ଦାର ହେଲେ ବନ୍ଦୀ
ପରମଗୁରୁ କୁଜଙ୍ଗର,
କନିକାର ବାମଦେବ ପାଟ୍ଟଯୋଷୀ
ଦଣ୍ଡ ଭୋଗ ଦ୍ୱୀପାନ୍ତର ,
ସଂଘର୍ଷ ପରେ ବକ୍ସି ଆତ୍ମସମର୍ପଣ
ଜୟୀ ରାଜଗୁରୁ ଫାଶୀ ପାଇଥିଲେ ବକ୍ସି
ବିଶ୍ବାସ ଘାତକ ମୃତ୍ୟୁବରଣ ।
ପାଇକ ପୁଅର ଲଢୁଆ ବଳରେ
ଡରିଗଲେ ଗୋରା ସରକାର,
ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନେ
ମେରୁଦଣ୍ଡ ଭଗ୍ନ ଫରିିଙ୍ଗିର
ତରବାରୀ ଧରି ଆଗଭର
ମାଟି ମାଆ ପାଇଁ ଜୀବନ ଦେବାକୁ
ପାଇକ ପୁଅର ନାହିଁ ଡ଼ର
ଗର୍ବ ଗୌରବ ଏ ମାଟିର ।