Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

4  

Prasanta kumar Hota

Others

ପାଇବିକି ଜଗନ୍ନାଥ

ପାଇବିକି ଜଗନ୍ନାଥ

1 min
299



ତୋ ପଥ ପଥରେ ପଥ ମୁଁ ଖୋଜୁଛି 

ପାଉନାହିଁ ପ୍ରଭୁ ପଥ

ତୁମଠାରେ ଆଶା ରଖିଛି ଭରସା

ପାଇବିକି ଜଗନ୍ନାଥ ।


ତୋତେ ସୁମରିଲେ ଦୁଃଖ ଯାଏ ବୋଲି 

ଡାକୁଛି କାଳିଆ ତୋତେ 

ଅନ୍ତର କହୁଛି ଦୁଃଖ ଥାଉ ପଛେ 

ଡାକୁଥିବି ଅବିରତେ ।


ତୋ ପଥ ପାଇବି ତୋତେ ମୁଁ ଭେଟିବି 

ଆଶ୍ଵାସନା ଅନୁଶ୍ରୁତ 

ଏତିକି ମୋ ଖୁସି ରହିଛି ଭରସି

ତୋର ଚିନ୍ତା ହେଉ ବ୍ରତ ।

ତୁମଠାରେ ଆଶା ରଖିଛି ଭରସା

ପାଇବିକି ଜଗନ୍ନାଥ ।


ଜାଣିନି ମୁଁ କେବେ ନିଦାଘ ମରୁରେ 

ପାଇବି ଝରଣା ଜଳ

ବିଶ୍ଵାସ ମୋ ଅଛି ନିଶ୍ଵାସ ଦେଇଛ

ଦେଇଛ ମନରେ ବଳ ।


ଶେଷ ଶ୍ଵାସ ମୋର ଯିବ ତୋ ଡାକରେ

ଡାକୁଥିବି ଜଗନ୍ନାଥ 

ଏତିକି କରୁଣା କରିତ ପାରିବ

ପାଇବାକୁ ତୋର ପଥ ।

ତୁମଠାରେ ଆଶା ରଖିଛି ଭରସା

ପାଇବିକି ଜଗନ୍ନାଥ ।



Rate this content
Log in