Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର

Inspirational

3  

ଅନିଲ କୁମାର

Inspirational

ପାଦ

ପାଦ

1 min
226



ନିଃସଙ୍ଗ ଜୀବନେ ଅସହାୟ ଆଜି

    ମୋର ଏ ଅବଶ କାୟା

ଲକ୍ଷ୍ୟହୀନ ଭାବେ ଚାଲିଚାଲି ପାଦ

  ଖୋଜେ ସୁଶୀତଳ ଛାୟା ।।


ଚାରିଆଡେ ଦିଶେ ଅନ୍ଧକାରମୟ

   ଖାଲି ମାୟା ମରୀଚିକା

ଜୀବନ ଯୋଗର ତୃଷ୍ଣା ନିବାରଣେ

   ଚାଲିବାକୁ ହେବା ଏକା ।।


ଯନ୍ତ୍ରଣାକୁ ତିଳେ ଖାତିର ନ କରି

    ପାଦକୁ ଦେବିରେ ଭିଡି

ମରଣ ଦୁଆରେ ଜାଗ୍ରତ ପ୍ରହରୀ

    କାମନା ଯିବରେ ଛାଡି ।।


ଜିତିବା ନିଶାରେ ଜୀଇଁବା ଆଶାରେ

     ପାଦକୁ ଦେଉଛି କଷ୍ଟ

ଧାଉଁଛି ଆଗକୁ ମରୀଚିକା ମୋହେ

     ଜୀବନ ହେଉଛି ନଷ୍ଟ ।।


ଜାଣିଛି ଏ କଥା ଦୂର ହେବ ଦିନେ

   ପାଦର ଯେତେ ଯନ୍ତ୍ରଣା

ପୋଛି ହୋଇଯିବ ଅସରା ଲୋତକ

    ମିଳିବ ନୂଆ ଠିକଣା ।।


ଅଲୋଡା ଜୀବନ କରି ସମର୍ପଣ

     ଚାଲିବି ଆଗକୁ ମାଡି

ମହକରେ ଭିଜି ପ୍ରତି କ୍ଷଣେ ଜମା

     ରଖିବିନି ପାଦେ ବେଢି ।।

 


Rate this content
Log in

Similar oriya poem from Inspirational