Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durjyodhan Barik

Others

4  

Durjyodhan Barik

Others

ପାଦ

ପାଦ

1 min
188



କାର୍ତ୍ତିକ ମାସର 

 ଶୁକ୍ଳ ନବମୀରେ

କରିବି ପାଦ ଦର୍ଶନ,

ଅନ୍ୟ ଦିନଟିରେ 

ମିଳେ ନାହିଁ କେବେ

ସେହି ସୁଯୋଗ ସୁବର୍ଣ୍ଣ ।


ସେହି ପାଦ ମାତ୍ର

ଥରେ ଦେଖି ଦେଲେ 

ହେବି ଯିବି ପାପ ଶୂନ୍ୟ,

ସେହି ଦିନ ଠାରୁ

 ଖୋଜି ଖୋଜି ସବୁ

ସାଉଁଟିବି ଧର୍ମ ମାନ ।

  

ମାନସେ ଆସିଲେ

ସେ ପାଦ ଯୁଗଳ

ଦୁନିଆକୁ ଭୁଲିଯାଏ,

ସେଇଥି ପାଇଁ କା 

ସକାଳରୁ ସଞ୍ଜ

ଧସେଇ ସେ ଆସୁଥାଏ ।


ହାରେ ଅବା ଜିତେ  

ଦୁନିଆରେ ଆଜି

ହୁଏ ଅବା ପରାଜିତ,

ସୁଦୟା କରିଲେ

ରାଧ କୃଷ୍ଣ ଯୁଗ୍ମ 

ଜିତିଯିବି ସୁନିଶ୍ଚିତ ।


ସେ ପାଦ ଶାଶ୍ଵତ  

ଆଉ ବି ସତୀତ୍ଵ

ଶ୍ରୀରାଧାଙ୍କ ଥିଲା ରହି ,

ମସ୍ତକ ମୋହର 

ରାଧା ଓ କୃଷ୍ଣଙ୍କ

ପାଦ ପଦ୍ମେ ଥାଉ ରହି ।




Rate this content
Log in