ଓଁ ଗୁରୁ ଦେବାୟ ନମ
ଓଁ ଗୁରୁ ଦେବାୟ ନମ
ଦିବା ବିଭାବରୀ
ଡାକ ପ୍ରାଣ ଭରି
ଓଁ ଗୁରୁ ଦେବାୟ ନମ ।
ଯିବ ପାପ ତାପ
ପ୍ରାଣରୁ ସନ୍ତାପ
କଳି ନୁହେଁ ଗୁଣ ନାମ ।
ତରୁ ପତ୍ର ପ୍ରାନ୍ତେ
ନୀହାର ଲମ୍ବିତେ
ପତନେ ନାହିଁ ବିଳମ୍ବ ।
ପଦ୍ମ ପତ୍ରେ ଜଳ
ଜୀବନେ ଚଞ୍ଚଳ
ଏ ତ ଉଦାହୃତ ସମ ।
ଉଠ ଉଠ ଭାଇ
ଅଳସେ ନ ରହି
ଗାଅ ଗୁରୁଙ୍କର ନାମ ।
ଧରା ଯାଏ ଭାସି
ନାମ ରଶେ ହସି
ଲହରୀ ତୋଳି ତା ପ୍ରେମ ।
ସେ ନାମେ ତୁଟଇ
ବନ୍ଧନ ହେ ଭାଇ
ନ ହୁଅ ତୁମେ ହେ ବାମ ।
ଦୁରେ ଯାଏ ମାୟା
ସ୍ତିରୀ , ଧନ ଯାହା
ଗୁରୁ ନାମ ଗୁଣ ଧାମ ।
ଏଡ଼େ ସୁମଧୁର
ନାମ ଗୁରୁ ଙ୍କର
ଜପୁ ହୃଦ ନିତ୍ୟ ମମ ।
ରୁଚି ରଖ ତହିଁ
ନିଷ୍କାମରେ ରହି
ଓଁ ଗୁରୁ ଦେବାୟ ନମ ।