କବିତା ନିଶ୍ଚୟ ଇଶ୍ଵର ଦତ୍ତ
କବିକୁ ଙ୍କୁ ମାନଙ୍କୁ କ୍ଷୁଦ୍ର ପ୍ରେମପତ୍ର
କବି ଭାବିଛି ଭରି ଜୀଵନ ପାତ୍ର
ପରିପୂର୍ଣ୍ଣ କରିବ କବିତାକୁ ଇଛାପତ୍ର
ସେଇଥିପାଇଁ ମନେପଡନ୍ତି ବରପୁତ୍ର
ଛଡାଇ ଆଣିଥିଲେ ଓଡ଼ିଆ ସାହିତ୍ୟ
ଓଡିଶାର ଚିହ୍ନି ଗୁଣସୂତ୍ର
ପୂଜି ଆଦିତ୍ୟ ଓ ଜଗନ୍ନାଥ
କବି ଭାବେ ଭୀମଭୋଇ ପରି ଆଦୃତ
ବ୍ୟାସକବିଙ୍କ ପାନ ଗୁଆ ବୃତ୍ତାନ୍ତ
ଆଜି ବି ଜଗାଏ ପ୍ରାଣ ପୁଲକିତ
ଜଗନ୍ନାଥ ଶୁଣନ୍ତି ଗୀତଗୋବିନ୍ଦ ନିତ୍ୟ
ଏ ମାଟିର ମଣିଷପଣିଆ ଆଦୃତ
ସର୍ବଜନ ବିଦିତ ପରମ୍ପରା ଶାଶ୍ୱତ
ଶୁଭୁଛି ଘୋଡାନାଚ ଚଇତି ଗୀତ
ବାରମାସେ ତେର ପର୍ବ ସମ୍ପାଦିତ
ପ୍ରଭୁଙ୍କ ମଣିଷ ପରି କର୍ମ ପ୍ରଚଳିତ
ବୁଲିବାକୁ ଯାଆନ୍ତି ଚଢି ରଥ
ଏମିତି ସାହିତ୍ୟ କୋଉଠି ନଥିବତ
ଅତୀତ ବର୍ତ୍ତମାନ ଭାବିତବ୍ୟ ଭବିଷ୍ୟତ
ସବୁରେ ଭାଷା ସାହିତ୍ୟ ଜତିପାତ
ଓଡିଶା ରାଜ୍ୟ ଓ ଭାଷାରେ ଯୁଗପତ
ଏକକିତା ଐକରେ ଓଡ଼ିଶାର ମହତ୍ତ୍ୱ
ଜାଗିଉଠି ବୁଝି ଜଗନ୍ନାଥ ପରମ ସତ୍ୟ
ରଖିବାକୁ ହେବ ଉତ୍କଳୀୟ ମାନପତ୍ର
ସାରସତ୍ୱ ସାର୍ବଭୌମତ୍ତ୍ୱରେ ଦୀକ୍ଷିତ
ବୁଝ ନବୁଝ ପଢି ଗୀତା ଭାଗବତ
ଓଡିଶାର ଆରାଧ୍ୟ୍ୟ ଜଗନ୍ନାଥ ତତ୍ତ୍ୱ
ମୋ ଦେଶ ମୋ ରାଇଜର ଏକମାତ୍ର
ସତ୍ୟ ଧର୍ମ ଅଂହିସା ଅସ୍ତ୍ର ଶସ୍ତ୍ର ପରସ୍ତ
ଉତ୍କଳୀୟ ଗୌରବଗାଥାର ପୃଷ୍ଠାଏ ସାହିତ୍ୟ